ସଖୀ ସେଣ୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

Published: Jan 28, 2020, 9:32 am IST

ସମୀକ୍ଷା ବ୍ୟୁରୋ

ବଲାଙ୍ଗିର : ବଲାଙ୍ଗିରର ସୁଦପଡ଼ା ‘ସଖୀ’ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ମହିଳାଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତ ମହିଳା ଜଣକ ବିବାହିତ ଓ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ସୂଚନା ମିଳିଛି । ସମ୍ପୃକ୍ତ ମହିଳା ଜଣକ ପ୍ରେମ କରି ବଲାଙ୍ଗିରର ଟିକରପଡ଼ାର ଯୁବକଙ୍କ ସହ ଘରୁ ପଳାଇ ଆସିଥିଲେ । ଦୁହେଁ ତିନି ମାସ ଏକାଠି ରହିାବ ପରେ ଯୁବକ ଜଣକ ବିବାହ ପାଇଁ ମନା କରିଦେଇଥିଲେ । ଏନେଇ ମହିଳା ଜଣକ ଥାନାରେ ଦ୍ବାରସ୍ଥ ହେବା ପରେ 24 ତାରିଖରେ ଯୁବକଙ୍କ ଗିରଫ କରାଯାଇଥିଲା । ଯୁବକ ଜଣକ ଗିରଫ ହେବା ପରେ ମହିଳାଙ୍କୁ ‘ସଖୀ’ ସେଣ୍ଟରରେ ରଖାଯାଇଥିଲା ।

Related posts