ରାସ୍ତାକଡରୁ ମିଳିଲା ଯୁବକଙ୍କ ମୃତ୍ୟୁଦେହ

Published: Feb 29, 2020, 8:00 pm IST

ବବୁଲୁ ସାହୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଫୁପଗାଁ ରାସ୍ତା କଡରୁ ଜଣେ ଯୁବକର ମୃତ୍ୟୁଦେହ ଉଦ୍ଧାର ହୋଇଛି। ଗଛରେ ପିଟି ହୋଇ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କୋକସରା ଥାନା ପୋଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ କେଉଁଥିପାଇଁ ଯୁବକ ଜଣକ ଏହି ରାସ୍ତା ଦେଇ ଯାଉଥିଲେ ଓ କାହିଁକି ଯାଉଥିଲେ, ସେ ସମ୍ପର୍କରେ କିଛି ଜଣାପଡିନାହିଁ। ପୋଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁସାରେ ରାତିରେ ବାଇକ୍‌ରେ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଯୁବକଜଣକ ଡୁମେରମୁନଡା ଭୋଇ ପଡାର ବଜ୍ରେସ୍‌ ମାଝି ବୋଲି ଜଣାପଡିଥିବାବେଳେ ଦୁର୍ଘଟଣା କେମିତି ଓ କିପରି ଘଟିଲା ସେ ସମ୍ପର୍କରେ ବିଶେଷ ସୂଚନା ମିଳିପାରିନାହିଁ।

Related posts