କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତିଙ୍କ ମୃତଦେହ ଉଦ୍ଧାର

Published: Dec 29, 2020, 11:03 am IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକମଙ୍ଗଲୁରଠାରେ କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ ବାଚସ୍ପତି ଏସ.ଏଲ୍‌ ଧର୍ମଗୌଡାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 2ଟା ସମୟରେ ଜେଡିଏସ୍‌ ନେତା ଏସ୍‌.ଏଲ୍‌. ଧର୍ମଗୌଡାଙ୍କ ମୃତଦେହ ରେଳଲାଇନ୍‌ କଡରେପଡିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ପୋଲିସ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି । ଏହି ଘଟଣା ନେଇ ଏଚ୍‌.ଡି. ଦେବଗୌଡା ଦୁଃଖବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଦେବେଗୌଡା । (ଏଜେନ୍ସି)

Related posts