Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଠାକୁରମୁଣ୍ଡା ମେଡିକାଲରେ ଅମାନବୀୟ ଚିତ୍ର: ୩୬ ଘଣ୍ଟା ଧରି ପଡ଼ିରହିଲା ମୃତଦେହ
ଆଜିର ଖବର

ଠାକୁରମୁଣ୍ଡା ମେଡିକାଲରେ ଅମାନବୀୟ ଚିତ୍ର: ୩୬ ଘଣ୍ଟା ଧରି ପଡ଼ିରହିଲା ମୃତଦେହ

October 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମ୍ନାକୁ ଆସିଛି ଏକ ଅମାନବୀୟ ଚିତ୍ର। ଜଣେ ବ୍ୟକ୍ତିଙ୍କ ମୃତଦେହ ୩୬ ଘଣ୍ଟାରୁ ଅଧିକ ସମୟ ଧରି ମେଡିକାଲ ପରିସରରେ ପଡ଼ି ରହିଥିବା ଅଭିଯୋଗ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇନଥିବା ବେଳେ ପରିବାର ଲୋକଙ୍କ ସନ୍ଧାନ ମଧ୍ୟ ମିଳୁନଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ଶାମ ମାର୍ଣ୍ଡି (୪୦)। ତାଙ୍କ ଘର ବହଳଦା ଥାନା ଅଧୀନ ତେନ୍ତଳା ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ପ୍ରାୟ ୨ଟା ସମୟରେ ଶାମ ମାର୍ଣ୍ଡିଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟା ସମୟରେ ପରିସ୍ରା ପାଇଁ ବେଡ୍‌ରୁ ଉଠିଥିଲେ। ତେବେ ବାଥରୁମକୁ ନଯାଇ ରାମ୍ପ ଦେଇ ତଳକୁ ଯାଉଥିବା ବେଳେ ସେ ଖସିପଡ଼ିଥିଲେ। ପରେ ତାଙ୍କ ସ୍ତ୍ରୀ ଓ ସିକ୍ୟୁରିଟି କର୍ମଚାରୀ ମିଶି ତାଙ୍କୁ ଉଠାଇ ପୁଣି ବେଡ୍‌ରେ ଶୁଆଇଥିଲେ। ସ୍ତ୍ରୀ ତାଙ୍କୁ ପାଣି ପିଇବାକୁ ଦେଇଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଶାମଙ୍କ ମୃତ୍ୟୁ ହୋଇଥିଲା।

ଶାମଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସୁଶୀଳା ମାର୍ଣ୍ଡି ନିଜ ଛୁଆକୁ ଧରି ମେଡିକାଲରୁ ଚାଲିଯାଇଥିବା କୁହାଯାଉଛି। ଫଳରେ ମୃତଦେହ ମେଡିକାଲରେ ପଡ଼ି ରହିଥିଲା। ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଯିବା ପରେ ମହୁଲଡିହା ଥାନା ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ଶାମଙ୍କ ପରିବାରର ସନ୍ଧାନ ମିଳିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ମହୁଲଡିହା ପୁଲିସର ସୂଚନା ଅନୁଯାୟୀ, ଶାମ ମାର୍ଣ୍ଡିଙ୍କ ପରିବାର ଲୋକଙ୍କ ସନ୍ଧାନ ମିଳିଛି ଏବଂ ସେମାନେ ଆଜି ମେଡିକାଲକୁ ଆସିବେ। ଏହାପରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଓ ମୃତଦେହ ବ୍ୟବଚ୍ଛେଦ ନେଇ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ତେବେ ୩୬ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ମେଡିକାଲରେ ପଡ଼ି ରହିବା ଘଟଣାକୁ ନେଇ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି। ଏହି ଘଟଣାରେ ମେଡିକାଲ କର୍ତ୍ତୃପକ୍ଷ, ପୁଲିସ ଓ ପ୍ରଶାସନର ଭୂମିକା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

deadbody
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ମେଣ୍ଢା ବୋଝେଇ ପିକ୍‌ଅପ୍‌, ୨ ମୃତ

October 6, 2026

ପଶ୍ଚିମବଙ୍ଗରୁ ଆସାମ ଯାଏଁ ନିର୍ବାଚନୀ ତାତି; ୬ ଆସନରେ ଆଜି ମତଦାନ

October 6, 2026

ୟୁପି ରାଜନୀତିରେ ନୂଆ ହଲଚଲ! ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଦଳିବ କି ଭୋଟ୍ ସମୀକରଣ?

October 6, 2026

ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର

October 6, 2026
Latest News

ଠାକୁରମୁଣ୍ଡା ମେଡିକାଲରେ ଅମାନବୀୟ ଚିତ୍ର: ୩୬ ଘଣ୍ଟା ଧରି ପଡ଼ିରହିଲା ମୃତଦେହ

October 6, 2026

ବଲାଙ୍ଗୀରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ମେଣ୍ଢା ବୋଝେଇ ପିକ୍‌ଅପ୍‌, ୨ ମୃତ

October 6, 2026

ପଶ୍ଚିମବଙ୍ଗରୁ ଆସାମ ଯାଏଁ ନିର୍ବାଚନୀ ତାତି; ୬ ଆସନରେ ଆଜି ମତଦାନ

October 6, 2026

‘କେଜିପି୨୧’ ଜନ୍ମ ଦେଲା ୫ ଚିତା ଶାବକ: ୬୦ରେ ପହଞ୍ଚିଲା ଚିତା ସଂଖ୍ୟା

October 6, 2026

ୟୁପି ରାଜନୀତିରେ ନୂଆ ହଲଚଲ! ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଦଳିବ କି ଭୋଟ୍ ସମୀକରଣ?

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.