Categories
ଆଜିର ଖବର ଜାତୀୟ ଖବର

ଦୈନିକ ୨୪ କିମି ସାଇକେଲ ଚଲାଇ ବୋର୍ଡ ପରୀକ୍ଷାରେ ଟପ୍ପର,ଜାଣନ୍ତୁ ୧୫ ବର୍ଷର ଏ ଝିଅ ସମ୍ପର୍କରେ

ଭିନ୍ଦ(ମଧ୍ୟପ୍ରଦେଶ): ଦୃଢ ଇଚ୍ଛାଶକ୍ତି ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଏହା ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ଭିନ୍ଦ ଜିଲ୍ଲା ଅଜନୋଲ ଗାଁର ୧୫ ବର୍ଷର ଜଣେ ଝିଅ। ଝିଅଟିର ନାଁ ରୋଶନୀ। ଆଉ ପ୍ରକୃତରେ ସେ ନିଜ ନାଁର ଯଥାର୍ଥତା ପ୍ରତିପାଦିତ କରିଛନ୍ତି। ଦୈନିକ ୨୪ କିଲୋମିଟର ସାଇକେଲରେ ଯିବା ଆସିବା କରି ସ୍କୁଲରେ ପାଠ ପଢନ୍ତି ରୋଷନୀ। ଆଉ ଶେଷରେ ଦଶମ ବୋର୍ଡ ପରୀକ୍ଷାରେ ୯୮.୫ ପ୍ରତିଶତ ମାର୍କ ରଖି ଟପ୍ ଟେନରେ ସ୍ଥାନ ପାଇଛନ୍ତି ସେ।

ରୋଶନୀଙ୍କର ଏହି ସଫଳତାରେ ତାଙ୍କ ଗାଁ ଆଜି ଗର୍ବିତ। ତାଙ୍କ ବାପା ଜଣେ ଚାଷୀ। ହେଲେ ତାଙ୍କର ପାଠପଢାର ନିଶା ଏତେ ଜୋର ଥିଲା ସେ, ଖରା ବର୍ଷା ଶୀତ କେବେ ବି ସ୍କୁଲ ଯିବା ବନ୍ଦ କରିନାହାଁନ୍ତି। ବୋର୍ଡ ପରୀକ୍ଷାରେ ସଫଳତା ପରେ ସେ ଏବେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି। ରୋଶନୀ ତାଙ୍କ ଗାଁର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। (ଏଜେନସି)