Categories
ଆଜିର ଖବର ରାଜ୍ୟ ଖବର

28 ଜିଲ୍ଲାରୁ 1337 ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ ରହିଛନ୍ତି କେତେ

ଭୁବନେଶ୍ବର :  ଆଜି ରାଜ୍ୟର 28ଟି ଜିଲ୍ଲାରୁ ମୋଟ୍‌ 1337ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 201ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍‌ଲାରୁ 196, କଟକରୁ 168ଜଣ, ସୁନ୍ଦରଗଡରୁ 83, କେଉଁଝରରୁ 80, ଗଜପତିରୁ 75, ପୁରୀରୁ 73, ସମ୍ବଲପୁରରୁ 72, ନୟାଗଡରୁ 60, ମାଲ୍‌କାନଗିରିରୁ 38, କେନ୍ଦ୍ରାପଡାରୁ 37, କୋରାପୁଟ ଓ ବାଲେଶ୍ବରରୁ 31 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଯାଜପୁରରୁ 24, ଭଦ୍ରକ ଓ ରାୟଗଡାରୁ 22ଜଣ ଲେଖାଏଁ ରହିଥିବାବେଳେ ଜଗତସିଂହପୁରରୁ 21, କନ୍ଧମାଳରୁ 20, ମୟୂରଭଞ୍ଜରୁ 15 ଜଣ ଚିହ୍ନଟ ହୋଇଛନ୍ତି ।  ବରଗଡରୁ 14, କଳାହାଣ୍ଡିରୁ 13, ବଲାଙ୍ଗିରରୁ 11, ଝାରସଗୁଡାରୁ 10, ନବରଙ୍ଗପୁରରୁ 7, ଢେଙ୍କାନାଳରୁ 5, ଅନୁଗୁଳୁରୁ 4, ସୋନପୁରରୁ 3 ଜଣ, ବୌଦ୍ଧରୁ ଜଣେ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହାଙ୍କୁ କରୋନା

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ କରୋନା । ଅମିତ୍‌ ଶାହାଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋବ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ଗୃହମନ୍ତ୍ରୀ ଟୁଇଟରରେ ସୂଚନା ଦେଇଛନ୍ତି । ତାଙ୍କଠାରେ ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ସେ କରୋନା ଟେଷ୍ଟ କରାଇଥିଲେ ।  ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ।

କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିବା ସହ ଆଇସୋଲେସନ୍‌ରେ ରହିବାକୁ ନିବେଦନ କରିଛନ୍ତି ଶାହା ।

ସୂଚନାଯୋଗ୍ୟ, ଆଜି କରୋନାରେ ଉତ୍ତରପ୍ରଦେଶର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ 16 ପଜିଟିଭ୍‌ ଚିହ୍ନଟ : ଆକ୍ରାନ୍ତଙ୍କ ତଥ୍ୟ ଦେଲା ବିଏମ୍‌ସି

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 16 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 16ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 14ଜଣ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବାବେଳେ 2ଟି ଲୋକାଲ୍‌ କେସ୍‌ ରହିଛି ବୋଲି  ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ।

ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା 14 ଜଣଙ୍କମଧ୍ୟରେ ପଟିଆ ଶ୍ରୀବିହାରରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ଜଣେ 31ବର୍ଷୀୟ ବ୍ୟକ୍ତିଙ୍କ ସମେତ 65 ବର୍ଷୀୟ ବୟସ୍କ ସହ 58 ବର୍ଷୀୟ ମହିଳା ରହିଛନ୍ତି । ଏହି ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର ବୋଲି ଜଣାପଡିଛି ।

ଜୟଦେବ ବିହାରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ 71ବର୍ଷୀୟ ମହିଳାଙ୍କ ସହ ଜଣେ 71 ବର୍ଷୀୟ ପୁରୁଷ ରହିଛନ୍ତି। ଆମେରିକାରୁ ଫେରିଥିବାର ଜଣାପଡିଛି । ଏମାନେ ଦୁହେଁ ଗୋଟିଏ ପରିବାରର ବୋଲି ସୂଚନା ରହିଛି ।

ସେହିପରି ଚାରି ନମ୍ବର ଶାସ୍ତ୍ରୀ ନଗରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁହିଁଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ଜଣାପଡିଛି । ଦୁହେଁ ଗୋଟିଏ ପରିବାରର ବୋଲି ସୂଚନାରହିଛି । ଆକ୍ରାନ୍ତ ମଧ୍ୟରେ ଜଣେ 75 ବର୍ଷୀୟ ବୟସ୍କ ରହିଥିବାବେଳେ 40 ବର୍ଷୀୟ ଜଣେ ବ୍ୟକ୍ତି ରହିଛନ୍ତି ।

ସତ୍ୟନଗର ଓଭରବ୍ରିଜ୍‌ ପାଖରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 33 ବର୍ଷୀୟ ଏହି ଯୁବକ ଜଣକ ଦିଲ୍ଲୀରୁ ଫେରିଥିବାର ସୂଚନା ରହିଛି ।

ନୟାପଲ୍ଲୀ ସବର ସାହିରୁ ଜଣେ 54 ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ସେ ଚେନ୍ନାଇରୁ ଫେରିଥିବାର ଜଣାପଡିଛି।

ରସୁଲଗଡର ନେତାଜୀ ବିହାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  47 ବର୍ଷୀୟ ବୟସ୍କ ଜଣକ ନିକଟରେ ଗୁରୁଗାଓଁଠାରୁ ଫେରିଥିଲେ ।

ସେହିପରି ୟୁନିଟ୍‌ 3, ମସଜିଦ୍‌ କଲୋନୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହିଳାଙ୍କ ବୟସ 60 ବର୍ଷବୋଲି ଜଣାପଡିଛି । ତାଙ୍କର ଜଣେ ସମ୍ପର୍କୀୟ କୋଲକାତାରୁ ଫେରିଥିବାର ସୂଚନା ରହିଛି ।

ସେହିପରି ଡୁମାଡୁମା ଫେଜ୍‌ରୁ 1ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 22 ବର୍ଷୀୟ ଏହି ଆକ୍ରାନ୍ତ ଜଣକ ପୁନାରୁ ଫେରିଥିବାର ସୂଚନା ରହିଛି । କଳିଙ୍ଗ ବିବହାରର ଶୈଳବାଳା ଏନ୍‌କ୍ଲେଭ୍‌ରୁ ଜଣେ 34 ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଓମାନରୁ ଫେରିଥିବାର ସୂଚନା ରହିଛି । ସେହିପରି ଯଦୁପୁର ବେଗୁନିଆ ମସଜିଦ୍‌ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 31 ବର୍ଷୀୟ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିବାର ସୂଚନା ରହିଛି ।

Image

ସେହିପରି ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଥବା ଅନ୍ୟ ଦୁଇ ଆକ୍ରାନ୍ତ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପଳାଶୁଣି, କପିଳେଶ୍ବର ବିହାରର ବୋଲି ସୂଚନା ରହିଛି । ଆକ୍ରାନ୍ତଙ୍କ ବୟସ 25 ବର୍ଷ ବୋଲି ଜଣାପଡିଛି । ସେ ନିକଟରେ ଭଦ୍ରକରୁ ଫେରିଥିବାର ସୂଚନା ରହିଛି ।

ସେହିପରି ଅନ୍ୟ ଜଣେ ଆକ୍ରାନ୍ତଜଣକ ହେଉଛନ୍ତି 32 ବର୍ଷୀୟ ଯୁବକ । ସେ ଭୁବନେଶ୍ବରର ଏକ ପ୍ରାଇଭେଟ୍‌ ହସ୍ପିଟାଲରେ କାର୍ଯ୍ୟ କରନ୍ତି ବୋଲି ସୂଚନା ରହିଛି।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 122କୁ ବୃଦ୍ଧି ହୋଇଛି । ସେହିପରି 60 ଜଣ ସୁସ୍ଥ ହୋଇଛନ୍ତି ।  କରୋନା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ସୁଦ୍ଧା 58 ଜଣ ସକ୍ରିୟ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବର ତୀର୍ଥଯାତ୍ରୀ ଦଳରୁ ଏକାଥରକେ 173 ଜଣ କରୋନା ପଜିଟିଭ୍‌

ଚଣ୍ଡୀଗଡ : ପଞ୍ଜାବର ଏକ ତୀର୍ଥଯାତ୍ରୀ ଦଳରୁ 173 ଜଣ କରୋନା ପଜିଟିଭ୍‌ ବାହାରିବା ପରେ ଏହା ବର୍ତ୍ତମାନ ପଞ୍ଜାବ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମହାରାଷ୍ଟ୍ରର ନାନ୍ଦେଡ୍‌ରୁ ଫେରିଥିବା 4 ହଜାର ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଏକା ଥରକେ 173 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନାନ୍ଦେଡ୍‌ର ହଜୁର ସାହିବ୍‌ ଗୁରୁଦ୍ବାରରୁ ଏହି ତୀର୍ଥଯାତ୍ରୀ ମାନେ ଫେରିଥିଲେ । ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲ୍‌ବୀର ସିଂ ସିଦ୍ଧୁ ଏହି ସୂଚନା ଦେଇଛନ୍ତି । ଏପ୍ରିଲ୍‌ 22 ତାରିଖରୁ ଏହି ତୀର୍ଥଯାତ୍ରୀ ଦଳ ପଞ୍ଜାବ ଫେରିଥିବା ବେଳେ 5 ଦିନ ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ କରାଯାଇଥିଲା । କ୍ବାରେଣ୍ଟାଇନ୍‌ରେ ବିଳମ୍ବ କାରଣରୁ ବର୍ତ୍ତମାନ ଏହି ସଂକ୍ରମଣ ବୃଦ୍ଧି ପାଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଅକାଳୀ ଦଳ । ତେବେ ମହାରାଷ୍ଟ୍ର ସରକାରଙ୍କୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି ପଞ୍ଜାବ ସ୍ବାସ୍ଥ୍ୟ ମନ୍ତ୍ରୀ । ମହାରାଷ୍ଟ୍ର ସରକାର ତୀର୍ଥଯାତ୍ରୀ ମାନଙ୍କର କରୋନା ପରୀକ୍ଷଣ ନକରିବାରୁ ଏପରି ପରସ୍ଥିତି ଉପୁଜିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । (ଏଜେନ୍ସି)