Categories
ଆଜିର ଖବର ଜାତୀୟ ଖବର

ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ: ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ ପଦକ୍ଷେପ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ ମିଳିଛି।

ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ଶକ୍ତି ଦକ୍ଷତା ବ୍ୟୁରୋ ଏବଂ ଭୁଟାନ ସରକାରଙ୍କ ଶକ୍ତି ଓ ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟର ଶକ୍ତି ବିଭାଗ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣାପତ୍ରର ଏକ ଅଂଶ ଭାବରେ, ଭାରତ ଶକ୍ତି ଦକ୍ଷତା ବ୍ୟୁରୋ ଦ୍ୱାରା ବିକଶିତ ଷ୍ଟାର ଲେବଲିଂ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରି ଘରୋଇ କ୍ଷେତ୍ରରେ ଶକ୍ତି ଦକ୍ଷତା ବୃଦ୍ଧି ପାଇଁ ଭୁଟାନକୁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ଭାରତର ଅଭିଜ୍ଞତା ଆଧାରରେ ଭୁଟାନର ଜଳବାୟୁ ସ୍ଥିତିକୁ ଖାପଖୁଆଇବା ଭଳି ବିଲ୍ଡିଂ କୋଡ୍ ପ୍ରଣୟନକୁ ସହଜ କରାଯିବ । ଶକ୍ତି ଅଡିଟରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଭୁଟାନରେ ଶକ୍ତି ପେସାଦାରଙ୍କ ଏକ ସମୂହ ସୃଷ୍ଟି କରିବା ନିମନ୍ତେ ପରିକଳ୍ପନା କରାଯାଇଛି ।

ଖୁଚୁରା ବ୍ୟବସାୟୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ଦ୍ୱାରା ଷ୍ଟାର ରେଟେଡ୍ ଉପକରଣ ମାଧ୍ୟମରେ ଶକ୍ତି ସଞ୍ଚୟ ସମ୍ପର୍କରେ ଉପଭୋକ୍ତା ଅବଗତ ହେବେ, ଯାହା ଶକ୍ତି ଦକ୍ଷ ଉତ୍ପାଦଗୁଡ଼ିକୁ ପ୍ରସାରିତ କରିବାରେ ସାହାଯ୍ୟ କରିବ । ମାନକ ଏବଂ ଲେବଲିଂ ଯୋଜନାର ବିକାଶ ନିମନ୍ତେ ଏବଂ କାର୍ଯ୍ୟକାରୀ କରିବା ପାଇଁ ଭୁଟାନର ପ୍ରୟାସରେ ସହଯୋଗ କରିବାକୁ ଭାରତ ଲକ୍ଷ୍ୟ ରଖିଛି ।

ଅଧିକ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପକରଣ ହେଉଛି ମୁଖ୍ୟ ଉତ୍ପାଦ, ଯାହା ଘରୋଇ କିମ୍ବା ବାଣିଜ୍ୟିକ ପ୍ରତିଷ୍ଠାନରେ ଅଧିକ ବ୍ୟବହାର କରିଥାଏ । ବିଦ୍ୟୁତ୍‌ଚାଳିତ ଉପଭୋକ୍ତା ସାମଗ୍ରୀ ବ୍ୟବହାରର ଦ୍ରୁତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବୈଦ୍ୟୁତିକ ଶକ୍ତିର ଚାହିଦା ବୃଦ୍ଧି ପାଉଛି । ଯଦି ଉପଭୋକ୍ତାମାନେ ଉଚ୍ଚ ଦକ୍ଷତା ଉପକରଣକୁ ପସନ୍ଦ କରନ୍ତି, ତେବେ ଏହି ବଢୁଥିବା ଚାହିଦାକୁ ଅନୁକୂଳିତ କରାଯାଇପାରିବ । ବିଇଇ ଦେଶର ଷ୍ଟାର – ଲେବଲିଂ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି ଯାହା ବର୍ତ୍ତମାନ ଦୈନନ୍ଦିନ ଜୀବନରେ ବ୍ୟବହୃତ ୩୭ଟି ଉପକରଣକୁ ଅନ୍ତର୍ଭୁକ୍ତ କରିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ଏବଂ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ସହ ଆଲୋଚନା କରି ଶକ୍ତି ମନ୍ତ୍ରଣାଳୟ ଏହି ବୁଝାମଣାପତ୍ର ପ୍ରସ୍ତୁତ କରିଛି । ଏହି ବୁଝାମଣା ପତ୍ର ଦ୍ୱାରା ଭାରତ ଓ ଭୁଟାନ ମଧ୍ୟରେ ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ସୂଚନା, ତଥ୍ୟ ଏବଂ ବୈଷୟିକ ବିଶେଷଜ୍ଞଙ୍କ ଆଦାନପ୍ରଦାନ ସମ୍ଭବ ହେବ । ଏହା ଭୂଟାନକୁ ବଜାରରେ ଶକ୍ତି ଦକ୍ଷ ଉତ୍ପାଦର ଉପଲବ୍ଧତା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏହି ବୁଝାମଣାପତ୍ର ଶକ୍ତି ଦକ୍ଷତା ନୀତି ଏବଂ ଶକ୍ତି ଦକ୍ଷତା ଗବେଷଣା ଏବଂ ପ୍ରଯୁକ୍ତି ବିଦ୍ୟା ନିୟୋଜନ କ୍ଷେତ୍ରରେ ସହଯୋଗର ବିଶ୍ଳେଷଣ କରିବ ।

Categories
ଆଜିର ଖବର

ପ୍ରିୟଙ୍କାଙ୍କୁ ଜବାବ ଦେଲେ ମାୟାବତୀ, କ୍ଷମତାରେ ଥିବାବେଳେ କଂଗ୍ରେସ ଦଳିତଙ୍କୁ କରିଛି ଅଣଦେଖା

ଲକ୍ଷ୍ନୌ, 28/12: ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ କଂଗ୍ରେସ ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧିଙ୍କ ଜବାବ ଦେଇଛନ୍ତି । କଂଗ୍ରେସର ‘ଭାରତ ବଂଚାଓ, ସମ୍ବିଧାନ ବଂଚାଓ ରାଲିକୁ ଟାର୍ଗେଟ୍‌ କରି ମାୟାବତୀ କହିଛନ୍ତି ଯେ, କଂଗ୍ରେସ କ୍ଷମତାରେ ଥିବାବେଳେ ଜନତାଙ୍କ ହିତ ବିଷୟରେ କ’ଣ ପାଇଁ ମନେ ପଡେ ନାହିଁ  । ଅନ୍ୟମାନଙ୍କ ଚିନ୍ତା ନ କରି କଂଗ୍ରେସ ନିଜର ସ୍ଥିତି ବିଷୟରେ ଆତ୍ମଚିନ୍ତନ କରିବା ବରଂ ଭଲ ହେବ ବୋଲି ମାୟାବତୀ କହିଛନ୍ତି ।

ମାୟାବତୀ ଟୁଇଟ୍‌ରେ ଲେଖିଛନ୍ତି ଯେ, କଂଗ୍ରେସକୁ ଏବେ  ଭାରତ ବଂଚାଓ, ସମ୍ବିଧାନ ବଂଚାଓ କଥା ମନେ ପଡ଼ିଲା, ଯେତେବେଳେ ସେ ସତ୍ତାରେ ରହିଥିଲେ  ସେତେବେଳେଜନହିତକୁ ଅଣଦେଖା କରୁଥିଲେ । ଦଳିତ, ମୁସଲମାନ ଓ ପଛୁଆବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରୀ ମିଳିପାରିନଥିଲା, ଯେଉଁଥିପାଇଁ ଆଜି ବିଜେପି କ୍ଷମତାକୁ ଆସିଛି । ସେଥିପାଇଁ ତ ବିଏସ୍‌ପି ନିର୍ମାଣ କରିବା ଆବଶ୍ୟକ ହୋଇପଡ଼ିଲା । ସୂଚନାଯୋଗ୍ୟ, ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ମହାସଚିବ ପ୍ରିୟଙ୍କା ଗାନ୍ଧି ଅନ୍ୟ ବିରୋଧୀ ମାନେ ସରକାରଙ୍କୁ ଡରୁଛନ୍ତି ବୋଲି କହିଥିଲେ । (ଏଜେନ୍ସି)

Categories
ଆଜିର ଖବର

କଙ୍ଗୋରେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର

ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋରେ ପ୍ରଥମ ଥର ପାଇଁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ହେବାକୁ ଯାଉଛି। ରାଷ୍ଟ୍ରପତି ଫେଲିକ୍ସ ଟିସେକେଡିଙ୍କ ନିର୍ବାଚନ କଙ୍ଗୋର ଜନସାଧାରଣଙ୍କ ପାଇଁ ଏକ ଅସାଧାରଣ ସୁଯୋଗ ବୋଲି ମିଳିତ ଜାତିସଂଘର ମାନବାଧିକାର ସାଧାରଣ ସଚିବ ଆଣ୍ଡ୍ରୁ ଗ୍ଲିମର କହିବା ସହିତ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଡିସେମ୍ବରରେ ଟିସେକେଡି ନିର୍ବାଚନରେ ବିଜୟ ହାସଲ କରିଥିଲେ ମଧ୍ୟ ପୂବର୍ତନ ରାଷ୍ଟ୍ରପତି ଜୋସେଫ କାବିଲା କାର୍ଯ୍ୟାଳୟ ଛାଡିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଫଳରେ ଏହି ପ୍ରକ୍ରିୟାରେ ୨ବର୍ଷ ବିଳମ୍ବ ହାେଇଥିଲା ।  ୮କୋଟି ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ର ୬୦ବର୍ଷ ପୂର୍ବରୁ ବେଲିଜିୟମ୍‌ ନିକଟରୁ ସ୍ବାଧୀନତା ହାସଲ କରିଥିବା ବେଳେ ଦୀର୍ଘ  ୧୮ ବର୍ଷ ଧରି ଜୋଶେଫ କାବିଲା କଙ୍ଗୋର ରାଷ୍ଟ୍ରପତି ରହିଥିଲେ।