ପ୍ରିୟଙ୍କାଙ୍କୁ ଜବାବ ଦେଲେ ମାୟାବତୀ, କ୍ଷମତାରେ ଥିବାବେଳେ କଂଗ୍ରେସ ଦଳିତଙ୍କୁ କରିଛି ଅଣଦେଖା

Published: Dec 28, 2019, 6:14 pm IST

ଲକ୍ଷ୍ନୌ, 28/12: ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ କଂଗ୍ରେସ ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧିଙ୍କ ଜବାବ ଦେଇଛନ୍ତି । କଂଗ୍ରେସର ‘ଭାରତ ବଂଚାଓ, ସମ୍ବିଧାନ ବଂଚାଓ ରାଲିକୁ ଟାର୍ଗେଟ୍‌ କରି ମାୟାବତୀ କହିଛନ୍ତି ଯେ, କଂଗ୍ରେସ କ୍ଷମତାରେ ଥିବାବେଳେ ଜନତାଙ୍କ ହିତ ବିଷୟରେ କ’ଣ ପାଇଁ ମନେ ପଡେ ନାହିଁ  । ଅନ୍ୟମାନଙ୍କ ଚିନ୍ତା ନ କରି କଂଗ୍ରେସ ନିଜର ସ୍ଥିତି ବିଷୟରେ ଆତ୍ମଚିନ୍ତନ କରିବା ବରଂ ଭଲ ହେବ ବୋଲି ମାୟାବତୀ କହିଛନ୍ତି ।

ମାୟାବତୀ ଟୁଇଟ୍‌ରେ ଲେଖିଛନ୍ତି ଯେ, କଂଗ୍ରେସକୁ ଏବେ  ଭାରତ ବଂଚାଓ, ସମ୍ବିଧାନ ବଂଚାଓ କଥା ମନେ ପଡ଼ିଲା, ଯେତେବେଳେ ସେ ସତ୍ତାରେ ରହିଥିଲେ  ସେତେବେଳେଜନହିତକୁ ଅଣଦେଖା କରୁଥିଲେ । ଦଳିତ, ମୁସଲମାନ ଓ ପଛୁଆବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରୀ ମିଳିପାରିନଥିଲା, ଯେଉଁଥିପାଇଁ ଆଜି ବିଜେପି କ୍ଷମତାକୁ ଆସିଛି । ସେଥିପାଇଁ ତ ବିଏସ୍‌ପି ନିର୍ମାଣ କରିବା ଆବଶ୍ୟକ ହୋଇପଡ଼ିଲା । ସୂଚନାଯୋଗ୍ୟ, ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ମହାସଚିବ ପ୍ରିୟଙ୍କା ଗାନ୍ଧି ଅନ୍ୟ ବିରୋଧୀ ମାନେ ସରକାରଙ୍କୁ ଡରୁଛନ୍ତି ବୋଲି କହିଥିଲେ । (ଏଜେନ୍ସି)

Related posts