Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

140 ଜଣ ପ୍ରବାସୀ ଓଡିଆଙ୍କୁ ଧରି ସାଉଦୀ ଆରବରୁ ଭୁବନେଶ୍ବର ବାହାରିଲା ଏକ ବିମାନ

ଭୁବନେଶ୍ବର, ଆଜି ସକାଳେ ପ୍ରବାସୀ ଓଡିଆଙ୍କୁ ନେଇ ସାଉଦୀ ଆରବରୁ ଏକ ବିମାନ ଭୁବନେଶ୍ବର ଅଭିମୁଖେ ବାହାରିଛି। ଏଥିରେ 140 ଜଣ ପ୍ରବାସୀ ଓଡିଆ ଅଛନ୍ତି। ଲକଡାଉନ ପାଇଁ ଏହି ପ୍ରବାସୀମାନେ ସାଉଦୀ ଆରବରେ ଫସି ରହିଥିଲେ। ସେଠାରେ ଏମାନେ ପରିବାର ସହ ରହିଆସୁଥିଲେ। ବିଭିନ୍ନ କଂପାନୀ କାମକରୁଥିବା ଏହି ପ୍ରବାସୀଙ୍କୁ ଆଣିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପ୍ରୟାସ କରିଥିଲେ। ଏହି ପ୍ରୟାସ ସଫଳ ହେବା ପରେ ବନ୍ଦେ ଭାରତ ଯୋଜନାରେ ଏମାନେ ବର୍ତ୍ତମାନ ଓଡିଶା ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏୟାର ଇଣ୍ଡିଆର ଏକ ବିମାନେ ଏମାନେ ସମସ୍ତେ ଓଡିଶା ଫେରୁଛନ୍ତି।

ଲକଡାଉନ ପରେ ପ୍ରବାସୀମାନେ ସେଠାରେ ହଇରାଣ ହେଉଥିବା ସଂପର୍କରେ ସରକାରଙ୍କୁ ଅବଗତ କରାଇବା ସହିତ ପୋର୍ଟାଲରେ ରେଜିଷ୍ଟେରସନ ମଧ୍ୟ କରିଥିଲେ। ତାହାକୁ ଆଧାର କରି ସାଉଦ ଆରବ ଆମ୍ବାସୀ ସହିତ କେନ୍ଦ୍ର ସରକାର କଥାବାର୍ତ୍ତା କରିବା ପରେ ସେମାନଙ୍କୁ ଆଣିବା ପାଇଁ ଏକ ସ୍ବତନ୍ତ୍ର ବିମାନ ସେଠାକୁ ପଠାଯାଇଥିଲା। ଏହି ପ୍ରବାସୀମାନେ ଆଜି ରାତି ଗୋଟାଏ ବେଳେ ଭୁବନେଶ୍ବରରେ ପହଁଚିବେ ବୋଲି ଜଣାପଡିଛି।