Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ପ୍ରହଲ୍ଳାଦ ସିଂହ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ରାଜ୍ୟମନ୍ତ୍ରୀ ପ୍ରହଲ୍ଳାଦ ସିଂହ ପଟେଲଙ୍କୁ କରୋନା। ଏନେଇ କେନ୍ଦ୍ର ମନ୍ତ୍ରୀ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ପ୍ରହଲ୍ଲାଦ ସିଂହ ପଟେଲ୍ ଟ୍ବିଟ୍ କରି ଲେଖିଛନ୍ତି ଯେ, ଗତକାଲି ରାତିରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ନିକଟରେ ଯେଉଁମାନେ ତାଙ୍କୁ ସାକ୍ଷାତ କରିଛନ୍ତି ସେମାନେ ଯଥାସମ୍ଭମ ସତର୍କ ରହିବା ସହିତ ପରୀକ୍ଷା କରାଇନେବା ଉଚିତ୍‌ ।

ଏହା ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ରାମ ମେଘଓ୍ବାଲ, ଗଜେନ୍ଦ୍ର ସିଂହ ଶେଖାଓ୍ବତ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। (ଏଜେନ୍ସି)