Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଗସ୍ତରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ : ଖୁବ୍‌ ଶୀଘ୍ର ଆସିବ ପର୍ଯ୍ୟଟନ ନୀତି

ସମୀକ୍ଷା ବ୍ୟୁରୋ

କୋଣାର୍କ : କୋଣାର୍କଠାରେ ଚାଲିଥିବା ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍‌ । ଓଡ଼ିଶାରେ ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ଖୁବଶୀଘ୍ର ପର୍ଯଟନ ନୀତି ଆସିବା ନେଇ ମତ ବ୍ୟକ୍ତ କରିଥିଲେ । ସେହିପରି ସେ କୋଣାର୍କ ମନ୍ଦିର ପରିଦର୍ଶନ କରି କୋଣାର୍କ ମନ୍ଦିର ସୁରକ୍ଷିତ ଅଛି ବୋଲି କହିଛନ୍ତି । ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନଙ୍କୁ ନେଇ ଅନୁଷ୍ଠିତ ଏହି  ସମ୍ମିଳନୀ ରାଜ୍ୟପାଳ ଗଣେଶୀଲାଲଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା ।  ଗୁରୁବାରଠାରୁ ମେରାଇନ୍ ଡ୍ରାଇଭ୍‌ର ଇକୋ ରିଟ୍ରିଟ୍‌ ପରିସରରେ ଆରମ୍ଭ ହେଉଛି। ଏଥିରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ମାନଙ୍କ ସହିତ  କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବି ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ଜରିଆରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । (ଏଜେନ୍ସି)