Categories
ଆଜିର ଖବର

ମହଙ୍ଗା ପଡ଼ିଲା ମାଡ଼ ମାରିବା : ନିଲମ୍ବିତ ହେଲେ ପ୍ରକାଶ

ଯୁବ ବିଜେଡ଼ିର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଦଳ ନିଲମ୍ବିତ କରିଛି । ତାଙ୍କୁ ପଦ ଓ ଦଳରୁ ନିଲମ୍ବନ କରାଯାଇଛି । ସହିଦ ନଗର ଥାନାରେ ପଶି ପୋଲିସ୍‌ କର୍ମଚାରୀ ମାଡ଼ ମାରିଥିଲେ ବୋଲି ଅଭିଯୋଗ ରହିଥିଲା । ଆଜି ତାଙ୍କୁ ସକାଳେ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ଗତ ୩ ତାରିଖ ରାତିରେ ଥାନା ଭିତରେ ପଶି ବିଜେଡିର କିଛି ନେତା ଓ କର୍ମୀ ପୁଲିସ୍‌କୁ ନିର୍ଧୂମ ପିଟିଥିଲେ। ପୁଲିସ୍‌ କର୍ମଚାରୀଙ୍କ ସମେତ ପୁଲିସ୍‌ ହେପାଜତରେ ଥିବା ଅନ୍ୟ ୩ ଯୁବକଙ୍କୁ ବିଜେଡି ନେତା ପ୍ରକାଶ ତ୍ରିପାଠୀ ଏବଂ ତାଙ୍କ ସମର୍ଥକ ନିସ୍ତୁକ ମାଡ଼ ମାରିଥିବା ପୁଲିସ୍ କର୍ମଚାରୀ ଅଭିଯୋଗ କରିଥିଲେ। ଏହି ମାମଲା ପରଠୁ ପ୍ରକାଶ ଫେରାର ଥିଲେ। ତେବେ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ କମିଶନରେଟ୍ ପୁଲିସ୍‌ ଉପରେ ପ୍ରବଳ ଚାପ ପଡ଼ିଥିଲା। ପୂର୍ବରୁ ଏହି ମାମଲାରେ  ୬ ଜଣଙ୍କୁ ଗିରଫ କରାଯାଇଛି।