Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ଜାରି ରହିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି ପୁଣିଥରେ ବହୁମତ ନେଇ ବାଜିମାତ୍‌ ହାସଲ କରୁଥିବାର ସୂଚନା ମିଳୁଛି । ଦିଲ୍ଲୀରେ କ୍ଷମତାଧାରୀ ଦଳ ଆପ୍‌ 55ରୁ ଅଧିକ ଆସନରେ ଆଗେଇ ଥିବାବେଳେ ସେହିପରି ବିଜେପି 12ଟି ଆସନରେ ରହିଛି । ସେହିପରି କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ । ତେବେ ନିର୍ବାଚନୀ ପରିଣାମର ଫଳାଫଳକୁ ଦେଖି ଆପ୍‌ର ରଣନୀତିକାର ପ୍ରଶାନ୍ତ କିଶୋର୍‌ ଟୁଇଟ୍‌ କରି ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍‌ କରି ପ୍ରଶାନ୍ତ କିଶୋର ଲେଖିଛନ୍ତି ଯେ, ଭାରତର ଆତ୍ମାକୁ ରକ୍ଷା କରିବା ପାଇଁ ସାଥ୍‌ ଦେଇଥିବାର ଦିଲ୍ଲୀବାସୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ, ପରାଜୟର ସମୀକ୍ଷା କରାଯିବ । (ଏଜେନ୍ସି)

Categories
ଆଜିର ଖବର

ଦିଲ୍ଲୀ ନିର୍ବାଚନରେ କେଜ୍ରିଓ୍ବାଲଙ୍କୁ ସହାୟତା କରିବେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ, 14/12 : 2014 ନିର୍ବାଚନରେ ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ କିଶୋର ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିଓ୍ବାଲଙ୍କୁ ସହାୟତା କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ନେତୃତ୍ବରେ ପରିଚାଳିତ ଇଣ୍ଡିଆନ୍‌ ପଲିଟିକାଲ ଆକ୍ସନ୍‌ କମିଟି (ଆଇ-ପିଏସି) ସହିତ ଆପ୍‌ କାମ କରିବାକୁ ଯାଉଛି ବୋଲି କେଜ୍ରିଓ୍ବାଲ ଘୋଷଣା କରିଛନ୍ତି । ବିଜେପି ସହିତ ସମସ୍ତ ସମ୍ପର୍କ ଛିନ୍ନ ପରେ ଆଇ ପିଏସି ବିରୋଧୀ ଦଳଙ୍କ ସହିତ ଏକତ୍ର କାମ କରୁଛି । ଆଇ ପିଏସି 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ସହିତ ମଧ୍ୟ କାମ କରୁଥିବା ଜଣାପଡିଛି ।(ଏଜେନ୍ସୀ)