ଦିଲ୍ଲୀ ନିର୍ବାଚନରେ କେଜ୍ରିଓ୍ବାଲଙ୍କୁ ସହାୟତା କରିବେ ପ୍ରଶାନ୍ତ କିଶୋର

Published: Dec 14, 2019, 12:02 pm IST

ନୂଆଦିଲ୍ଲୀ, 14/12 : 2014 ନିର୍ବାଚନରେ ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ କିଶୋର ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିଓ୍ବାଲଙ୍କୁ ସହାୟତା କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ନେତୃତ୍ବରେ ପରିଚାଳିତ ଇଣ୍ଡିଆନ୍‌ ପଲିଟିକାଲ ଆକ୍ସନ୍‌ କମିଟି (ଆଇ-ପିଏସି) ସହିତ ଆପ୍‌ କାମ କରିବାକୁ ଯାଉଛି ବୋଲି କେଜ୍ରିଓ୍ବାଲ ଘୋଷଣା କରିଛନ୍ତି । ବିଜେପି ସହିତ ସମସ୍ତ ସମ୍ପର୍କ ଛିନ୍ନ ପରେ ଆଇ ପିଏସି ବିରୋଧୀ ଦଳଙ୍କ ସହିତ ଏକତ୍ର କାମ କରୁଛି । ଆଇ ପିଏସି 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ସହିତ ମଧ୍ୟ କାମ କରୁଥିବା ଜଣାପଡିଛି ।(ଏଜେନ୍ସୀ)

Related posts