Categories
ଆଜିର ଖବର ଜାତୀୟ ଖବର

‘ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବ ନାହିଁ’: ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଷ୍ଟ୍ରପତିଙ୍କ ବଡ ବିବୃତ୍ତି

ନୂଆଦିଲ୍ଲୀ: କୋଲକାତାର ଜଣେ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଡ ବିବୃତ୍ତି ଆସିଛି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ବହୁତ ନିରାଶ ଏବଂ ଭୟଭୀତ ଅଟେ। ଏବେ ବହୁତ ହୋଇଗଲା, ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ।

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଏବେ ବହୁତ ହୋଇଗଲା। ସେ କହିଛନ୍ତି ଯେ, “ଯେତେବେଳେ କୋଲକାତାରେ ଛାତ୍ର, ଡାକ୍ତର ଏବଂ ନାଗରିକମାନେ ବିରୋଧ ପ୍ରଦର୍ଶନ କରୁଥିଲେ, ଅପରାଧୀମାନେ ଅନ୍ୟ ସ୍ଥାନରେ ଅପେକ୍ଷା କରି ରହିଥିଲେ।

କୋଲକାତାରେ ଘଟିଥିବା ଏହି ଘଟଣାରେ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ଯେ, କୌଣସି ସଭ୍ୟ ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଅନୁମତି ଦିଆଯାଇପାରିବ ନାହିଁ। ସମାଜ ମଧ୍ୟ ସଚ୍ଚୋଟ, ନିରପେକ୍ଷ ଏବଂ ଆତ୍ମନିରୀକ୍ଷଣ ହେବା ଉଚିତ୍।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଅନେକ ସମୟରେ ନିନ୍ଦନୀୟ ମାନସିକତା ଥିବା ଲୋକମାନେ ମହିଳାମାନଙ୍କୁ କମ୍ ମାନବ, କମ୍ ଶକ୍ତିଶାଳୀ, କମ୍ ଦକ୍ଷ, କମ୍ ବୁଦ୍ଧିମାନ ଦେଖନ୍ତି। କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ। ଯେଉଁମାନେ ଏପରି ବିଚାର ରଖନ୍ତି, ସେମାନେ ମହିଳାମାନଙ୍କୁ ଏକ ବସ୍ତୁ ଭାବରେ ଦେଖନ୍ତି। ଭୟରୁ ମୁକ୍ତି ପାଇବା ବାଟରେ ଆସୁଥିବା ପ୍ରତିବନ୍ଧକକୁ ହଟାଇବା ଆମର ଝିଅମାନଙ୍କର କର୍ତ୍ତବ୍ୟ।

Categories
ଆଜିର ଖବର ଜାତୀୟ ଖବର

ସଂସଦରେ ‘ନୀଟ୍-ନୀଟ୍’ ସ୍ଲୋଗାନ ଦେଲେ ବିରୋଧୀ: ଜାଣନ୍ତୁ କ’ଣ କହିଲେ ରାଷ୍ଟ୍ରପତି?

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉଭୟ ଗୃହର ମିଳିତ ଅଭିଭାଷଣରେ NEET ପେପର ଲିକ୍ ବିଷୟରେ କହିଛନ୍ତି। ଏହି ସମୟରେ ବିରୋଧୀ ବହୁତ ଜୋରରେ ଗହଳି କରିଛନ୍ତି। ସେ କହିଛନ୍ତି ଯେ, ଆମ ସରକାର ଦେଶର ପ୍ରତ୍ୟେକ ଯୁବକଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ସେମାନଙ୍କୁ ପୂରଣ କରିବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାରେ ନିୟୋଜିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ବିରୋଧୀ ସାଂସଦମାନେ ‘ନୀଟ୍-ନୀଟ୍’ ସ୍ଲୋଗାନ ଦେଇଥିଲେ। ଏହି ସମୟ ମଧ୍ୟରେ ରାଷ୍ଟ୍ରପତିଙ୍କୁ ବିରୋଧୀ ସାଂସଦମାନଙ୍କୁ ମଧ୍ୟ ଶୁଣିବାକୁ କହିଥିଲେ।

ରାଷ୍ଟ୍ରପତି କହିଛନ୍ତି ଯେ, ଦେଶର ଯୁବକମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ସୁଯୋଗ ପାଇବାକୁ ନିଶ୍ଚିତ କରିବା ସରକାରଙ୍କ ଉଦ୍ୟମ। ସରକାରୀ ନିଯୁକ୍ତି ହେଉ କିମ୍ବା ପରୀକ୍ଷା ହେଉ, ଯଦି କୌଣସି କାରଣରୁ ଏଗୁଡ଼ିକରେ ବାଧା ସୃଷ୍ଟି ହୁଏ, ତେବେ ଏହା ଠିକ ନୁହେଁ। ଏହି ପରୀକ୍ଷାଗୁଡ଼ିକରେ ସ୍ୱଚ୍ଛତା ଏବଂ ପାରଦର୍ଶିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପେପର ଲିକ୍ ସମ୍ପର୍କରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ନିକଟରେ କିଛି ପରୀକ୍ଷାରେ ପେପର ଲିକ୍ ଘଟଣା ଘଟିଛି, ଅପରାଧୀଙ୍କୁ ନ୍ୟାୟଯୁକ୍ତ ତଦନ୍ତ ତଥା କଠୋର ଦଣ୍ଡ ନିଶ୍ଚିତ କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ହସପିଟାଲରେ ଭର୍ତ୍ତି ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହସପିଟାଲରେ ଭର୍ତ୍ତି ହୋଇଥିଲେ। କାରଣ ଥିଲା ତାଙ୍କର ଡାହାଣ ଆଖିର ମୋତିଆ ବନ୍ଦୁ ଅପରେସନ କରାଯାଇଥିଲା। ସେଥିପାଇଁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଜି ସକାଳେ ହସପିଟାଲ ଯାଇଥିଲେ, ଅପରେସନ ପରେ ତାଙ୍କୁ ଡିସଚାର୍ଯ୍ୟ କରାଯାଇଛି।

ରାଷ୍ଟ୍ରପତିଙ୍କର ଗତ ଅକ୍ଟୋବର16 ତାରିଖରେ ବାମ ଆଖିରେ ଅପରେସନ କରାଯାଇଥିଲା। ଏହାପରେ ଆଜି ଡାହାଣ ଆଖିର ମୋତିଆ ବିନ୍ଦୁ ଅପରେସନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ପୁରୀ ବଡଦାଣ୍ଡରେ ତଳେ ମୁଣ୍ଡ ଲଗାଇ ଧୂଳି ସ୍ପର୍ଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସମସ୍ତଙ୍କ ମନ ମୋହି ନେଇଛି। ସମ୍ବାଧାନର ଉଚ୍ଚ ପଦବୀରେ ଥିବା ଦ୍ରୌପଦୀ ମୁର୍ମୁ ଯେପରି ଭକ୍ତି ପ୍ରଦର୍ଶନ କଲେ ତାହା ଥିଲା ନିଆରା। ସେ ଗତକାଲି ବଡ ଦାଣ୍ଡରେ ପ୍ରବେଶ କରିବା ମାତ୍ରେ ସୁରକ୍ଷା ବଳୟ ପରିତ୍ୟାଗ କରି ସେ ଚାଲିଚାଲି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ।

ଶ୍ରୀମନ୍ଦିର ଟିକିଏ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡଦାଣ୍ଡରେ ଅଣ୍ଟା ଭାଙ୍ଗି ମୁଣ୍ଡ ନୁଆଁଇ ନୀଳଚକ୍ରକୁ ମୁଣ୍ଡିଆ ମାରିଥିଲେ। ଯାହା ସେଠାରେ ଉପସ୍ଥିତି ଥିବା ଲୋକଙ୍କ ବିମୋହିତ କରିଦେଇଥିଲା। ସେହିପରି ସେ ସିଂହଦ୍ବାର ସମ୍ମୁଖକୁ ଆସି ସେଠାରେ ଥିବା ଅରୁଣ ସ୍ତମ୍ବକୁ ଛୁଇଁ ମୁଣ୍ଡିଆ ମାରିଥିଲା। ଏସବୁ ଭକ୍ତି ଭାବକୁ ନେଇ ପୁରୀରେ କାହିଁକି ସାରା ଓଡିଶାରେ ବେଶ୍ ପ୍ରଶଂସା କରାଯାଇଛି।