Categories
ଆଜିର ଖବର ଜାତୀୟ ଖବର

କରୋନା ସ୍ଥିତି ପରଖିଲେ ରାଷ୍ଟ୍ରପତି – ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଲଗାତାର ଭାବରେ ବଢି ଚାଲିଛି । ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି  କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଷ୍ଟ୍ରପତି ଭବନରେ ଦେଶର ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏହି ବୈଠକ ସକାଳ 10ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କରୋନା ସ୍ଥିତିକୁ ପରଖିଛନ୍ତି ରାଷ୍ଟ୍ରପତି । ଏହି ବୈଠକରେ କରୋନା ସମ୍ପର୍କିତ ଆଲୋଚନା ଓ ପଦକ୍ଷେପ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା । ଏହି ସମୟରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ରହିଥିଲେ ।

କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି କରି ଲଢେଇ ଜାରି ରଖିଛନ୍ତି ।  ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 2500ଟପି ସାରିଥିବାବେଳେ ମୃତ୍ୟୁ ସଂଖ୍ୟା 50ରୁ ଉର୍ଦ୍ଧ୍ବ ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମିଳିତ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ : ବିରୋଧ ନାମରେ କରାଯାଉଥିବା ହିଂସା ଦେଶ ଓ ସମାଜକୁ ଦୁର୍ବଳ କରୁଛି

ନୂଆଦିଲ୍ଲୀ : ଭାରତୀୟ ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତି ସମୟରେ ଆଜି ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେଉଛି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌କୁ ଫେବଆରୀ 1 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ । ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 31 ତାରିଖରୁ ଫେବୃଆରୀ 11 ପର୍ଯ୍ୟନ୍ତ ହେବାକୁ ରହିଥିବାବେଳେ ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ଦୁଇ ତାରିଖଠାରୁ ଅପ୍ରେଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ସଂସଦର ଦୁଇ ଗୃହକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ସରକାରଙ୍କ ତରଫରୁ ଆର୍ଥିକ ସର୍ଭେ ଉପସ୍ଥାପନ କରାଯିବ । ରାଷ୍ଟ୍ରପତି ଏହି ସମୟରେ ସରକାରଙ୍କ ଲୋକହିତକର କାର୍ଯ୍ୟ ସମ୍ପର୍କରେ ଅବଧାରଣା ଦେଇଛନ୍ତି । ଏ ଦଶନ୍ଧିରେ ସମତା ଓ ଅନ୍ତ୍ୟୋଦୟର ସ୍ବପ୍ନ ପୂରଣ ହେଉ ବୋଲି ରାଷ୍ଟ୍ରପତି କହିଛନ୍ତି। ନୂଆ ଭାରତର ନିର୍ମାଣ ପାଇଁ ଲୋକେ ସରକାରକୁ ବାଛିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ବିରୋଧ ନାମରେ କରାଯାଉଥିବା ହିଂସା ଦେଶ ଓ ସମାଜକୁ ଦୁର୍ବଳ କରୁଛି ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

71ତମ ଗଣତନ୍ତ୍ର ଦିବସ : ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ବେଶ୍‌ ଉତ୍ସାହ ଓ ଉଦ୍ଦୀପନାରେ ସହ ପାଳିତ ହେଉଛି । 71ତମ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ମହାସମାରୋହରେ ପାଳିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତକା ଉତ୍ତୋଳନ କରି ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଛନ୍ତି । ଲାଲକିଲ୍ଲାର ରାଜପଥରେ ଦେଶର ସୈନ୍ୟ ଶକ୍ତି ସହିତ ଭାରତର ସଂସ୍କୃତିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ଚଳିତଥର 22ଟି ପ୍ରଜ୍ଞାପନ ମେଢ ପରେଡ୍‌ରେ ସାମିଲ୍‌ ହୋଇଛନ୍ତି । ଏଥିରେ 16ଟି ରାଜ୍ୟର ପ୍ରଜ୍ଞାପନ ମେଢ ରହିଛନ୍ତି । ଓଡ଼ିଶାର ରୁକୁଣା ରଥର ପ୍ରଜ୍ଞାପନ ମେଢ ବେଶ୍‌ ଚିତ୍ତାକର୍ଷକ ରହିଥିଲା । ଚଳିତ ଥର ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋ  । ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ଥଳସେନା ପ୍ରମୁଖମାନେ ଅତିଥି ଭାବରେ ଉପସ୍ଥିତ ରହିଛନ୍ତି । (ଏଜେନ୍ସି)