କରୋନା ସ୍ଥିତି ପରଖିଲେ ରାଷ୍ଟ୍ରପତି – ଉପରାଷ୍ଟ୍ରପତି

Published: Apr 3, 2020, 11:59 am IST

ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଲଗାତାର ଭାବରେ ବଢି ଚାଲିଛି । ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି  କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଷ୍ଟ୍ରପତି ଭବନରେ ଦେଶର ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏହି ବୈଠକ ସକାଳ 10ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କରୋନା ସ୍ଥିତିକୁ ପରଖିଛନ୍ତି ରାଷ୍ଟ୍ରପତି । ଏହି ବୈଠକରେ କରୋନା ସମ୍ପର୍କିତ ଆଲୋଚନା ଓ ପଦକ୍ଷେପ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା । ଏହି ସମୟରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ରହିଥିଲେ ।

କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି କରି ଲଢେଇ ଜାରି ରଖିଛନ୍ତି ।  ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 2500ଟପି ସାରିଥିବାବେଳେ ମୃତ୍ୟୁ ସଂଖ୍ୟା 50ରୁ ଉର୍ଦ୍ଧ୍ବ ରହିଛି । (ଏଜେନ୍ସି)

Related posts