Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଆୟୁର୍ବେଦ ଜରିଆରେ କରୋନାରୁ ସୁସ୍ଥ ହୋଇଛନ୍ତି ପ୍ରିନ୍ସ ଚାର୍ଲସ୍‌!

ନୂଆଦିଲ୍ଲୀ : କରୋନା ଭାଇରସ୍‌ର କୌଣସି ସିଦ୍ଧ ଚିକିତ୍ସା ବ୍ୟବସ୍ଥା ନଥିଲେ ମଧ୍ୟ ବିଭିନ୍ନ ସମୟରେ ଏହାକୁ ଭିନ୍ନ ଭିନ୍ନ ଔଷଧ ଜରିଆରେ ଚିକିତ୍ସା କରି ସଫଳତା ହାସଲ କରାଯାଉଛି । ବ୍ରିଟେନ୍‌ର ଯୁବରାଜ ପ୍ରିନ୍‌ସ ଚାର୍ଲସ୍ ଆୟୁର୍ବେଦ ଜରିଆରେ ସୁସ୍ଥ ହୋଇଛନ୍ତି ବୋଲି ଜନୈକ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମତ ଦେଇଛନ୍ତି । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏହି ମତ ଦେଇଛନ୍ତି । ୭୧ ବର୍ଷୀୟ ବ୍ରିଟେନ୍ ଯୁବରାଜ ଆୟୁର୍ବେଦ ଓ ହୋମିଓପାଥି ଜରିଆରେ ଚିକିତ୍ସିତ ହୋଇଥିବା ନେଇ ବେଙ୍ଗାଲୁରୁର ଆୟୁର୍ବେଦ ସଂସ୍ଥା ସୌକ୍ୟର ମୁଖ୍ୟ ଆଇଜାକ୍ ମଥାଇ ପ୍ରକାଶ କରିଛନ୍ତି । ଡକ୍ଟର ଆଇଜାକ୍ ମଥାଇଙ୍କ ସହିତ ଏ ସମ୍ପର୍କରେ ଫୋନ୍‌ରେ କଥା ହୋଇଥିବା ବେଳେ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନାୟକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ ଏବଂ ବ୍ରିଟେନ୍ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାନ୍‌କକ୍ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କୋଭିଡ୍‌ 19 : କରୋନା କବଳରେ ବ୍ରିଟେନ୍‌ ଯୁବରାଜ

ଲଣ୍ଡନ : ସମଗ୍ର ବିଶ୍ବରେ ଏହାର ତାଣ୍ଡବ ମଚାଇଥିବା କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍‌ର ଯୁବରାଜ ପ୍ରିନ୍‌ସ ଚାର୍ଲସ୍‌ । ବୁଧବାର ପ୍ରିନ୍‌ସ ଚାର୍ଲସ୍‌ଙ୍କ କରୋନା ସଙ୍କ୍ରମଣ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ବଙ୍କିଂହାମ୍ ପ୍ୟାଲେସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ସମଗ୍ର ବିଶ୍ବରେ ବର୍ତ୍ତମାନ ସୁଦ୍ଧା କରୋନା ପ୍ରଭାବରେ 16 ହଜାର ପ୍ରାଣହାନି ଘଟିଥିବା ବେଳେ ଆଜି ପ୍ରିନ୍‌ସ ଚାର୍ଲସ୍‌ ସଙ୍କ୍ରମିତ ହୋଇଛନ୍ତି । ଏହି ସୂଚନା ମିଳିବା ପରେ ବ୍ରିଟେନ୍‌ ରାଜପ୍ରସାଦର ସମସ୍ତ କର୍ମଚାରୀଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । (ଏଜେନ୍ସି)