ଆୟୁର୍ବେଦ ଜରିଆରେ କରୋନାରୁ ସୁସ୍ଥ ହୋଇଛନ୍ତି ପ୍ରିନ୍ସ ଚାର୍ଲସ୍‌!

Published: Apr 2, 2020, 8:55 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ର କୌଣସି ସିଦ୍ଧ ଚିକିତ୍ସା ବ୍ୟବସ୍ଥା ନଥିଲେ ମଧ୍ୟ ବିଭିନ୍ନ ସମୟରେ ଏହାକୁ ଭିନ୍ନ ଭିନ୍ନ ଔଷଧ ଜରିଆରେ ଚିକିତ୍ସା କରି ସଫଳତା ହାସଲ କରାଯାଉଛି । ବ୍ରିଟେନ୍‌ର ଯୁବରାଜ ପ୍ରିନ୍‌ସ ଚାର୍ଲସ୍ ଆୟୁର୍ବେଦ ଜରିଆରେ ସୁସ୍ଥ ହୋଇଛନ୍ତି ବୋଲି ଜନୈକ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମତ ଦେଇଛନ୍ତି । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏହି ମତ ଦେଇଛନ୍ତି । ୭୧ ବର୍ଷୀୟ ବ୍ରିଟେନ୍ ଯୁବରାଜ ଆୟୁର୍ବେଦ ଓ ହୋମିଓପାଥି ଜରିଆରେ ଚିକିତ୍ସିତ ହୋଇଥିବା ନେଇ ବେଙ୍ଗାଲୁରୁର ଆୟୁର୍ବେଦ ସଂସ୍ଥା ସୌକ୍ୟର ମୁଖ୍ୟ ଆଇଜାକ୍ ମଥାଇ ପ୍ରକାଶ କରିଛନ୍ତି । ଡକ୍ଟର ଆଇଜାକ୍ ମଥାଇଙ୍କ ସହିତ ଏ ସମ୍ପର୍କରେ ଫୋନ୍‌ରେ କଥା ହୋଇଥିବା ବେଳେ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନାୟକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ ଏବଂ ବ୍ରିଟେନ୍ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାନ୍‌କକ୍ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି ।

Related posts