Categories
ଆଜିର ଖବର ଜାତୀୟ ଖବର

ଥାନାରେ ପଶି ପୋଲିସ୍‌ଙ୍କ କାନ ମୋଡୁଥିଲା ମାଙ୍କଡ : ତା’ପରେ କ’ଣ ହେଲା ଜାଣନ୍ତୁ

ମଧ୍ୟପ୍ରଦେଶ : ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାନ୍ତି। ପୋଲିସ୍‌ ଆମକୁ ସୁରକ୍ଷା ପ୍ରଦାନ କରିଥାଏ । କିନ୍ତୁ ଏଠାରେ ପୋଲିସ୍‌କୁ ହଇରାଣ ହେବାକୁ ପଡିଛି । ପୁଣି କେହି ମଣିଷ ନୁହେଁ ବରଂ ଏକ ମାଙ୍କଡ ଯୋଗୁଁ ପୋଲିସ୍‌ ନାହିଁ ନଥିବାର ହଇରାଣ ହୋଇଛି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ବୈତୁଲ୍‌ ଅଞ୍ଚଳରେ ଘଟିଛି ।

पुलिस स्टेशन में लंगूर का आतंक (फोटो आजतक)

ମଧ୍ୟ ପ୍ରଦେଶରର ବୈତୁଲର ଏକ ଥାନାରେ ମାଙ୍ଗଡ ପୋଲିସଙ୍କୁ ଭୟଭୀତ କରିଦେଇଛି। ଗତ ଦଶ ଦିନ ହେବ ଏକ ମାଙ୍ଗଡ ପୋଲିସମାନଙ୍କୁ ଅସୁବିଧାରେ ପକାଇଛି। ବାରମ୍ବାର ଥାନା ଭିତରେ ପଶିଯାଇ ଟେବୁଲ ଉପରେ ବସି ପୋଲିସ ବାବୁଙ୍କ କାନ ଧରୁଥିବାବେଳେ ମୋଡି ମଧ୍ୟ ଦେଉଥିବାର ଦେଖାଯାଇଛି। ବେଳେବେଳେ ମାଙ୍ଗଡଟି ପୋଲିସଙ୍କୁ ବାଇକ୍‌ ପଛପଟେ ମଧ୍ୟ ବସିଯାଉଛି। ଏହି କାରଣରୁ ପୋଲିସକର୍ମୀମାନେ କବାଟ ବନ୍ଦ କରି ରଖୁଛନ୍ତି। କେବଳ ପୋଲିସକର୍ମୀଙ୍କୁ ନୁହେଁ ଏହି ମାଙ୍କଡଟି ସ୍ଥାନୀୟ ଲୋକଙ୍କୁ ମଧ୍ୟ ହଇରାଣ କରୁଛି। ମାଙ୍କଡର କାର୍ଯ୍ୟରେ ବିରକ୍ତ ହୋଇ ପୋଲିସକର୍ମୀ ବନବିଭାଗର ସାହାଯ୍ୟରେ ମାଙ୍କଡକୁ ଧରିବା ସହିତ ଜଙ୍ଗଲକୁ ପଠାଯାଇଥିବା ସୂଚନା ରହିଛି । ତେବେ ଉକ୍ତ ମାଙ୍କଡଟି କାହାର କ୍ଷତି କରୁନଥିଲା ସତ, କିନ୍ତୁ ହଇରାଣ କରିବା ସହିତ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲା । ବନବିଭାଗ ଏକ ଜାଲ ସାହାଯ୍ୟରେ ମାଙ୍କଡକୁ ଧରି ନେଇ ଜଙ୍ଗଲରେ ଛାଡି ଦେଇଛନ୍ତି । ମାଙ୍କଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୟବର ବାତାବରଣ ସୃଷ୍ଟି ହୋଇଥିଲା । (ଏଜେନ୍ସି)