ପୁରୀ, ମୁହଁରେ ମାସ୍କ ଲଗାଇ ତିନି ରଥରେ ଛେରା ପହଁରା କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ନିର୍ଦ୍ଧାରିତ ସମୟରେ ତିନିଠାକୁର ରଥରେ ବିଜେ କରିବା ପରେ ଗଜପତି ତାଙ୍କ ଶ୍ରୀନଅରରୁ ବାହାରିଥିଲେ। ଏଥିରେ ଗଜପତି ମୁହଁରେ ମାସ୍କ ପରିଧାନ କରି ପାଲିଙ୍କିରେ ବସିଥିବାର ପରିଲକ୍ଷିତ ହୋଇଥିଲା। ଏପରିକି ପାଲିଙ୍କି ଆଣୁଥିବା ସେବକମାନେ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇ ଥିଲା।
କୋଭିଡ19 ପାଇଁ ସ୍ନାନଯାତ୍ରା ବେଳେ ଗଜପତି ଛେରା ପହଁରା କରିବାକୁ ଆସି ନ ଥିଲେ। ବୟସ ଦୃଷ୍ଟିରୁ ସେ ଭିଡ ଭିତରେ ନ ପଶି ତାଙ୍କ ମୁଦିରସ୍ତଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପଠାଇଥିଲେ। ହେଲେ ରଥଯାତ୍ରାରେ ସେ ମାସ୍କ ପିନ୍ଧି ଏହି ରାଜକାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟ କଟକଣା ଏବଂ କୋଭିଡ19ର ଗାଇଡଲାଇନ ଅନୁସାରେ ଗଜପତିଙ୍କ ସହିତ ଶ୍ରୀମନ୍ଦିର ସେବକ ଏବଂ ଶଙ୍କରାଚାର୍ଯ୍ୟ ମଧ୍ୟ ମାସ୍କ ପରିଧାନ କରିଥିଲେ।