Categories
ଆଜିର ଖବର ବ୍ୟବସାୟ

ମାରୁତି ସୁଜୁକିରେ 5.1 ପ୍ରତିଶତର ଅଭିବୃଦ୍ଧି

ମୁମ୍ବାଇ : ଭାରତୀୟ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକିର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ଏହି ଫଳାଫଳ ଅନୁଯାୟୀ ମାରୁତି ସୁଜୁକିର ଲାଭରେ 5.1 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଡିସେମ୍ବର 31, 2019ରେ ମାରୁତିର ତୃତୀୟ ତ୍ରୈମାସିକ ଶେଷ ହୋଇଥିଲା । ବର୍ତ୍ତମାନ କମ୍ପାନୀର ନେଟ୍‌ ଲାଭ 1564.8 କୋଟି ରହିଛି ଯାହା ଗତ ଆର୍ଥିକ ବର୍ଷରେ 1489.3 କୋଟି ରହିଥିଲା । କମ୍ପାନୀର ସମୁଦାୟ କାରବାର ଏହା ମଧ୍ୟରେ 15648 ମିଲିୟନ୍‌ ହୋଇଥିବା କମ୍ପାନୀ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଛି । ସେହିପରି କମ୍ପାନୀର କାର ବିକ୍ରିରେ ମଧ୍ୟ 3.8 ପ୍ରତିଶତର ଅଭିବୃଦ୍ଧି ଘଟିଥିବା ଜଣାପଡିଛି । (ଏଜେନ୍ସୀ)