Categories
ଆଜିର ଖବର

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌  : ଚାରିଜଣ ଗିରଫ

ମାଟ୍ରିକ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ମାମାଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି । ବନ୍ଧୁଗାଁ ସରକାରୀ ସ୍କୁଲରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।  ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଚାଲିଥିବାବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । ସମସ୍ତ କଡ଼ା ବ୍ୟବସ୍ଥା ସତ୍ତ୍ୱେ ପ୍ରଶ୍ନପତ୍ର ମୋବାଇଲରେ ଭାଇରାଲ ହୋଇଥିଲା । ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିରେ ଜଣେ ଜେରକ୍ସ ଦୋକାନୀ ଓ ତିନି ଅଭିଭାବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଲାପଟପ, ଜେରକ୍ସ ମେସିନ ଓ ମୋବାଇଲ ଜବତ କରିଛି ପୋଲିସ । ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଅନ୍ୟ କିଛି ହାଇସ୍କୁଲର ମୋଟ ୧୧ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା । ନୂଆପଡା, କୋରାପୁଟ, ଢେଙ୍କାନାଳ ଜିଲ୍ଲାର ୯ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା । ନୂଆପଡାର ୫ ଜଣ, ଢେଙ୍କାନାଳର ୨ ଓ ବନ୍ଧୁଗାଁର ୨ ଜଣଙ୍କୁ ସସପେଣ୍ଡ ହୋଇଥିଲେ । ସସପେଣ୍ଡମାନଙ୍କ ମଧ୍ୟରେ ସୁପରିନଟେଣ୍ଡେଣ୍ଟ ଓ ଇନଭିଜିଲେଟର ସାମିଲ ଥିଲେ ।