Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡ ବିଧାନସଭାର ନୂତନ ଅଧ୍ୟକ୍ଷ ହେଲେ ରବୀନ୍ଦ୍ରନାଥ ମହତୋ

ଝାଡଖଣ୍ଡ : ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ବିଧାୟକ ରବୀନ୍ଦ୍ର ନାଥ ମହତୋଙ୍କୁ ମଙ୍ଗଳବାର ଦିନ ସର୍ବସମ୍ମତିକ୍ରମେ ଝାଡଖଣ୍ଡ ବିଧାନସଭାର ନୂତନ ଅଧ୍ୟକ୍ଷ ରୂପେ ନିର୍ବାଚିତ କରାଯାଇଛି । ମହତୋ ସୋମବାର ଦିନ ନାମାଙ୍କନ ଦାଖଲ କରିଥିଲେ । ମହତୋ ନାଲା ବିଧାନସଭା ଆସନରୁ ତିନିଥର ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ପ୍ରଥମଥର 2005ରେ ନିର୍ବାଚିତ ହୋଇଥିବାବେଳେ ପୁନର୍ବାର 2014ରେ ଓ ପୁନଃ 2019ରେ ବିଧାନସଭା ନିର୍ବାଚନ ଜିତିଥିଲେ । (ଏଜେନ୍ସି)