Categories
ଜାତୀୟ ଖବର ବିଶେଷ ଖବର

ରାଫେଲ ଯୁଦ୍ଧ ବିମାନ ବାୟୁସେନାରେ ସାମିଲ ହେବା ନେଇ ଆସନ୍ତା ମାସରେ କରାଯିବ ଏକ ଭବ୍ୟ ଉତ୍ସବ

ନୂଆଦିଲ୍ଲୀ, ପ୍ରଥମ 5ଟି ରାଫେଲ ଏୟାର କ୍ରାଫ୍ଟ ଆଜି ଅମ୍ବାଲାସ୍ଥିତ ବାୟୁ ସେନା ଷ୍ଟେସନରେ ପହଞ୍ଚିଛି। ଫ୍ରାନ୍ସର ମେରିଗନାକସ୍ଥିତ ଡାସଲ୍ଟ ଆଭିଏସନ କେନ୍ଦ୍ରରୁ ଗତ 27 ତାରିଖ ସକାଳୁ ଯାତ୍ରାରମ୍ଭ କରିଥିବା ଏହି ଏୟାରକ୍ରାଫ୍ଟଗୁଡିକ ଅପରାହ୍ନରେ ଅମ୍ବାଲାଠାରେ ପହଞ୍ଚିଥିଲା। ତେବେ ଅଳ୍ପ ସମୟ ପାଇଁ ବାଟରେ ୟୁଏଇର ଅଲ ଧାଫ୍ରା ଏୟାରବେସରେ ଏହା କିଛି ସମୟ ପାଇଁ ଅଟକିଥିଲା। ଦୁଇଟି ପର୍ଯ୍ୟାୟରେ ଏହି ଏୟାରକ୍ରାଫ୍ଟଗୁଡିକୁ ଭାରତୀୟ ବାୟୁସେନାର ବୈମାନିକମାନେ ଏହାକୁ ଉଡାଇ ଆଣିଥିଲେ। ଫ୍ରାନ୍ସରୁ ଭାରତ ଆସିବାକୁ ପ୍ରାୟ 8500 କିଲୋମିଟର ଯାତ୍ରା କରିବାକୁ ପଡିଥିଲା।

ପ୍ରଥମ ପର୍ଯ୍ୟାୟରେ ଏହି ଏୟାରକ୍ରାଫ୍ଟଗୁଡିକ ପ୍ରାୟ 7.30 ଘଣ୍ଟାରେ 5800 କିଲୋମିଟର ଅତିକ୍ରମ କରିଥିଲା। ଫରାସୀ ବାୟୁସେନା ଟ୍ୟାଙ୍କର ଆକାଶମାର୍ଗରେ ଏଥିରେ ଇନ୍ଧନ ଭରିଥିଲେ। ଅବଶିଷ୍ଟ 2700 କିଲୋମିଟର ପଥ ଭାରତୀୟ ବାୟୁସେନାର ଟ୍ୟାଙ୍କର ଦ୍ଵାରା ଇନ୍ଧନ ଭର୍ତ୍ତି କରାଯାଇ ଅଣାଯାଇଥିଲା। ଫ୍ରାନ୍ସ ସରକାର ଓ ଏହାର କାରଖାନା ଉପଯୁକ୍ତ ସମୟରେ ବିମାନ ହସ୍ତାନ୍ତର କରିଥିବା ଯୋଗୁଁ ଭାରତୀୟ ବାୟୁସେନା ପକ୍ଷରୁ ଏହାର ଉଚ୍ଚ ପ୍ରଶଂସା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଉଚିତ ସମୟ ଓ ବିନା ବାଧାବିଘ୍ନରେ ଏହି ଏୟାରକ୍ରାଫ୍ଟଗୁଡିକ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା।

ଗତ ବର୍ଷ ସେପ୍ଟେମ୍ବର 10 ତାରିଖ ଦିନ ପୁନରୁଦ୍ଧାର ହୋଇଥିବା ଗୋଲ୍ଡେନ ଆରୋ ନାମକ ବାୟୁସେନାର ସପ୍ତଦଶ ସ୍କ୍ୱାଡ୍ରନର ଅଂଶବିଶେଷ ଭାବେ ଏହି ଏୟାରକ୍ରାଫ୍ଟଗୁଡିକ କାର୍ଯ୍ୟ କରିବେ। ଅମ୍ବାଲା ବାୟୁସେନା କେନ୍ଦ୍ରରେ 1951 ଅକ୍ଟୋବର ପହିଲା ଦିନ ଏହି ସ୍କ୍ୱାଡ୍ରନ ପ୍ରଥମେ ପ୍ରତିଷ୍ଠା ହୋଇଥିଲା । ଏହି ସପ୍ତଦଶ ସ୍କ୍ୱାଡ୍ରନର ପୂର୍ବରୁ ଅନେକ ସୁନାମ ରହିଛି । 1955ରେ ପ୍ରଥମଥର ପାଇଁ ଏଥିରେ ପ୍ରଥମ ଯୁଦ୍ଧ ବିମାନ ଡି.ହାଭିଲାଣ୍ଡ ଭାମ୍ପାଇର ସାମିଲ ହୋଇଥିଲା।

ଆସନ୍ତା ମାସ ଦ୍ଵିତୀୟାର୍ଦ୍ଧରେ ସପ୍ତଦଶ ସ୍କ୍ୱାଡ୍ରନ ରାଫେଲ ଏୟାରକ୍ରାଫ୍ଟର ବିଧିବଦ୍ଧ ଯୋଗଦାନ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ମାଟି ଛୁଇଁଲା ଲଢୁଆ ବିମାନ ରାଫେଲ, ଆମ୍ବାଲା ଏୟାର ବେସରେ ୱାଟର ସ୍ପ୍ରେ ରେ କରାଗଲା ସ୍ବାଗତ

ନୂଆଦିଲ୍ଲୀ, ଶେଷରେ ଭାରତ ମାଟି ଛୁଇଁଲା ଲଢୁଆ ବିମାନ ରାଫେଲ, ଗତକାଲି ଫ୍ରାନ୍ସରୁ ଏହି ବିମାନ ତାହାର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଆଜି ଅପରାହ୍ନରେ ଏହି ଯୁଦ୍ଧ ବିମାନ ହରିୟାନାର ଆମ୍ବାଲା ଏୟାରବେସରେ ପଦାର୍ପଣ କରିଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚୋଟି ଯୁଦ୍ଧ ବିମାନ ଭାରତ ଆସିଛି। ଏହି ବିମାନ ଭାରତୀୟ ଏୟାରବେସରେ ପହଁଚିବା ପରେ ବାୟୁସେନା ତରଫରୁ ୱାଟର ସ୍ପ୍ରେ କରାଯାଇ ସାଲୁଟ୍ ଦିଆଯାଇଥିଲା। ଏହି ସମୟରେ ବିମାନ ଘାଟିରେ ବାୟୁସେନା ମୁଖ୍ୟ ଆର.କେ.ଏସ ଭୌଦରିଆ ଉପସ୍ଥିତ ଥିଲେ।

ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ରଜାନାଥ ସିଂ ଏହି ଲଢୁଆ ବିମାନ ଆସିବା ପରେ ଖୁସି ପ୍ରକଟ କରିଛନ୍ତି। ନିଜ ଟୁଇଟରେ ସେ ଏହି ବିମାନ ପଦାର୍ପଣ ଦୃଶ୍ୟକୁ ପୋଷ୍ଟ କରିଛନ୍ତି। ଏହି ବିମାନ ଭାରତୀୟ ସାମରିକ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆସିଲା। କାରଣ ଏହି ବିମାନ ଦେଶର ସାମରିକ ଶକ୍ତିକୁ ବେଶ୍ ସମୃଦ୍ଧ କରିପାରିବ। ବର୍ତ୍ତମାନ ଆସିଥିବା ଏହି ପାଞ୍ଚୋଟି ବିମାନରୁ ତିନୋଟି ଜଣକିଆ ଏବଂ ଦୁଇଟି ଦୁଇଜଣକିଆ ସିଟ୍ ର ବିମାନ।