Categories
ଆଜିର ଖବର

ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା : ରାଫାଲେ ଚୁକ୍ତିର ପୁର୍ନବିଚାର ହେବ

କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ରାଫାଲେ ବିମାନ ମାମଲାରେ ଆଗତ ପିଟିସନ୍‌ର ବିଚାର କରି ସର୍ବୋଚ୍ଚ କୋର୍ଟ ମାମଲାର ପୁର୍ନବିଚାର ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଶାନ୍ତ ଭୂଷଣ, ଅରୁଣ ସୌରୀ ଏବଂ ୟଶଓ୍ବନ୍ତ ସିହ୍ନାଙ୍କ ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ କେଏମ୍‌ ଯୋଶେଫ୍‌ଙ୍କ ନେତୃତ୍ବରେ ଗଠିତ ଖଣ୍‌ଡପୀଠ ଏହି ମାମଲାର ବିଚାର କରିଥିଲେ। କେନ୍ଦ୍ର ସରକାର ଯାଚିକା ନିମନ୍ତେ ଦାଖଲ କରାଯାଇଥିବା ପ୍ରତିରକ୍ଷା ସମ୍ବନ୍ଧୀୟ କାଗଜପତ୍ର ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ ମାମଲାକୁ ଋଦ୍ଦ କରିବା ପାଇଁ ଆବେଦନ କରିଥିଲେ ଯାହକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ବର୍ତ୍ତମାନ ସର୍ବାେଚ୍ଚ କୋର୍ଟ କେବଳ ବିମାନର ଦର ନୁହେଁ ବରଂ ଅନୀଲ ଅମ୍ବାନୀଙ୍କ କମ୍ପାନୀ ଦାସଲ୍ଟର ନିଯୁକ୍ତି ନେଇ ମଧ୍ୟ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ମାମଲାରେ ଶେଷ ରାୟ ଖୁବ୍‌ଶୀଘ୍ର ପ୍ରଦାନ କରାଯିବ ବୋଲି ସୁପ୍ରିମ୍‌ କୋର୍ଟ ସୂଚନା ଦେଇଛନ୍ତି। କେନ୍ଦ୍ର ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ ବୋଲି ଯାଚିକା ଦାୟର କରିଥିବା ଅରୁଣ ସୌରୀ କହିଛନ୍ତି।

Categories
ଆଜିର ଖବର

ମୋଦୀଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌, କହିଲେ ନିର୍ବାଚନ ପରେ ଯାଞ୍ଚ ହେବ, ଜେଲ ଯିବେ ଚୌକିଦାର

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଆକ୍ଷେପ କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଉପରେ ଆକ୍ରମଣ କରିଛନ୍ତି। ନାଗପୁରଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଚୌକିଦାର ଚୋରର ନାରାକୁ ସେ ଦୋହରାଇବା ସହିତ କହିଛନ୍ତି ଯେ,  ନିର୍ବାଚନ ପରେ ଚୋରୀର ଯାଞ୍ଚ ହେବ ଏବଂ ଚୌକିଦାର ଜେଲରେ ରହିବେ ବୋଲି ରାହୁଲ କହିଛନ୍ତି। ସେହିପରି ରାଫେଲ୍‌କୁ ନେଇ ମୋଦି ଓ ଅମ୍ବାନୀଙ୍କୁ ସମାେଲାଚନା କରିଛନ୍ତି  ରାହୁଲ୍‌। ମୋଦି ରକ୍ଷା ଚୁକ୍ତିରେ ପରିବର୍ତ୍ତନ କରିଛନ୍ତି ବୋଲି କହିଛନ୍ତି ରାହୁଲ୍‌। ଏହି ଅବସରରେ  ନ୍ୟାୟ ଯୋଜନା ତଥା ବହୁ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )