ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା : ରାଫାଲେ ଚୁକ୍ତିର ପୁର୍ନବିଚାର ହେବ

Published: Apr 10, 2019, 11:12 am IST
supremecourt continues hearing of rafale deal

କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା। ରାଫାଲେ ବିମାନ ମାମଲାରେ ଆଗତ ପିଟିସନ୍‌ର ବିଚାର କରି ସର୍ବୋଚ୍ଚ କୋର୍ଟ ମାମଲାର ପୁର୍ନବିଚାର ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଶାନ୍ତ ଭୂଷଣ, ଅରୁଣ ସୌରୀ ଏବଂ ୟଶଓ୍ବନ୍ତ ସିହ୍ନାଙ୍କ ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ କେ କୌଲ୍‌ ଏବଂ କେଏମ୍‌ ଯୋଶେଫ୍‌ଙ୍କ ନେତୃତ୍ବରେ ଗଠିତ ଖଣ୍‌ଡପୀଠ ଏହି ମାମଲାର ବିଚାର କରିଥିଲେ। କେନ୍ଦ୍ର ସରକାର ଯାଚିକା ନିମନ୍ତେ ଦାଖଲ କରାଯାଇଥିବା ପ୍ରତିରକ୍ଷା ସମ୍ବନ୍ଧୀୟ କାଗଜପତ୍ର ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ ମାମଲାକୁ ଋଦ୍ଦ କରିବା ପାଇଁ ଆବେଦନ କରିଥିଲେ ଯାହକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ବର୍ତ୍ତମାନ ସର୍ବାେଚ୍ଚ କୋର୍ଟ କେବଳ ବିମାନର ଦର ନୁହେଁ ବରଂ ଅନୀଲ ଅମ୍ବାନୀଙ୍କ କମ୍ପାନୀ ଦାସଲ୍ଟର ନିଯୁକ୍ତି ନେଇ ମଧ୍ୟ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ମାମଲାରେ ଶେଷ ରାୟ ଖୁବ୍‌ଶୀଘ୍ର ପ୍ରଦାନ କରାଯିବ ବୋଲି ସୁପ୍ରିମ୍‌ କୋର୍ଟ ସୂଚନା ଦେଇଛନ୍ତି। କେନ୍ଦ୍ର ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ ବୋଲି ଯାଚିକା ଦାୟର କରିଥିବା ଅରୁଣ ସୌରୀ କହିଛନ୍ତି।

Related posts