Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ ହୋଇଛ । ଦିଲ୍ଲୀ ଏମ୍‌ସଠାରେ 74 ବର୍ଷ ବୟସରେ ପରଲୋକ ହୋଇଥିବାର ସୂଚନା ରହିଛି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଏମ୍‌ସରେ ଚିକିତ୍ସାଧିନ ଥିଲେ । ସେଠାରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା ଆରଜେଡିର ଉପସଭାପତି ଥିଲେ ରଘୁବଂଶ । ରଘୁବଂଶ ପ୍ରସାଦ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତାଙ୍କ ନିଧନରେ ରାଜନୈତିକ ମହଲରେ ଶୋକର ଛାୟା ଖେଲିଯାଇଛି । ନିକଟରେ ସେ ଆରଜେଡିକୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ଥିବା ରଘୁବଂଶ ପ୍ରସାଦ ଆରଜେଡିରୁ ଇସ୍ତଫା ଦେବା ପୂର୍ବରୁ ଏକ ଚିଠି ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ବି ଲାଲୁ ରଘୁବଂଶ ପ୍ରସାଦଙ୍କୁ ମଧ୍ୟ ଏକ ଚିଠି ଦେଇଥିଲେ ।