Categories
ଆଜିର ଖବର ଜାତୀୟ ଖବର

ଜେଡିୟୁରେ ଯୋଗ ଦେଲେ ସରଜୁ ରାୟ: ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ କରିଥିଲେ ପରାସ୍ତ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ଦଳ ପାଇଁ ଖୁସି ଖବର। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ପରାସ୍ତ କରିଥିବା ସ୍ୱାଧୀନ ବିଧାୟକ ସରଜୁ ରାୟ ଜେଡିୟୁ ସଦସ୍ୟତା ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଓଡିଶା ରାଜନୀତିକୁ ନେଇ ବଡ ଖବର ଆସିଛି। ଓଡିଶା ବିଧାନସଭା ନିର୍ବାଚନରେ ବିଜେଡ଼ି ସଂଖ୍ୟା ଗରିଷ୍ଠତାରେ ବିଫଳ ହେବା ପରେ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାକୁ ରାଜଭବନରେ ପହଞ୍ଚିଛନ୍ତି। ନବୀନ ପଟ୍ଟନାୟକ ପ୍ରଥମେ ସକାଳ ୧୧.୩୦ ଟାରେ ନବୀନ ନିବାସରୁ ବାହାରି ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ଭେଟିଛନ୍ତି। ଏବଂ ସେଠାରେ ରାଜ୍ୟପାଳଙ୍କୁ ନବୀନ ପଟ୍ଟନାୟକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସେହି ପୁରୁଣା ଶୈଳୀରେ ନିଜର ସ୍ମିତ ହସ ମାଧ୍ୟମରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୪ ଟି ପର୍ଯ୍ୟାୟରେ ଓଡିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତକାଲି ଏହାର ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗୋଟିଏ ଆସନରେ ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେପି ୭୮ ଟି ଆସନ ପାଇଥିବା ବେଳେ ବିଜେଡ଼ିକୁ ୫୧ ଟି ଆସନ ମିଳିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ରଘୁବର ଦାସ ହେବେ ଓଡିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ରଘୁବର ଦାସ ହେବେ ଓଡିଶାର ନୂଆ ରାଜ୍ୟପାଳ। ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ବିଜ୍ଞପ୍କି ପ୍ରକାଶ ପାଇଛି ବୋଲି କୁହାଯାଇଛି। ନ୍ୟୁଜ ଏଜେନସି ସୁତ୍ରରୁ ଜଣାପଡିଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ରଘୁବର ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ।

ବର୍ତ୍ତମାନ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଛି। ହେଲେ ନୂଆ ରାଜ୍ୟପାଳ ନ ଆସିବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିଆସିଛନ୍ତି।

ସେହିପରି ଆଜି ତ୍ରିପୁରାର ମଧ୍ୟ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ବିଜେପି ନେତା ଇନ୍ଦ୍ରସେନା ରେଡ୍ଡି ନାଲୁଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି।