Categories
ଆଜିର ଖବର

ଭାରତର ଆକ୍ରମଣକୁ ସମର୍ଥନ କଲେ ରାହୁଲ୍‌ ଗାନ୍ଧି

ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ କରାଯାଇ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ପଦକ୍ଷେପକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି । ବିଭିନ୍ନ ରାଜନୈତିକ ଦଳ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି । କଂଗ୍ରେସ ମଧ୍ୟ ଏହି ଦ୍ଵିତୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ସମର୍ଥନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହି ଆକ୍ରମଣକୁ ସମର୍ଥନ କରି ଏହି କାର୍ଯ୍ୟାନୁଷ୍ଠାନ ଲାଗି ପାଇଲଟ୍‌ଙ୍କୁ ସାଲ୍ୟୁଟ୍‌ କରୁଥିବାର ଟ୍ଵିଟ୍‌ କରିଛନ୍ତି । ଗତ ଫେବୃଆରୀ ୧୪ ତାରିଖରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ପକ୍ଷରୁ  ପୁଲୱାମାଠାରେ ଯବାନଙ୍କ ଉପରେ ଆକ୍ରମଣ କରାଯାଇଥିଲା, ଏଥିରେ ୪୦ଜଣ ଯବାନ ଶହୀଦ ହୋଇଥିଲେ । ଏହି ବଡ଼ ଆତଙ୍କୀ ହମ୍‌ଲା ପରେ ସାରା ଦେଶ ଏହା ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ସରକାରଙ୍କ ଉପରେ ଚାପ ପକାଉଥିଲା ।