Categories
ଆଜିର ଖବର ଜାତୀୟ ଖବର

ପୁଲଓ୍ବାମା ଶହୀଦଙ୍କ ସ୍ମୃତିରେ ବିଜେପିକୁ ରାହୁଲ୍‌ଙ୍କ ସମାଲୋଚନା

ନୂଆଦିଲ୍ଲୀ : ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ରାହୁଲ ଗାନ୍ଧୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ରାହୁଲ ବିଜେପିକୁ ସମାଲୋଚନା କରିଛନ୍ତି । ବିଜେପିକୁ ସମାଲୋଚନା କରିବା ସହିତ ରାହୁଲ ତିନୋଟି ପ୍ରଶ୍ନ ପଚାରିଛନ୍ତି । ପୁଲଓ୍ବାମା ଆକ୍ରମଣରୁ କେଉଁ ଦଳ ସର୍ବାଧିକ ଫାଇଦା ପାଇଥିଲା ବୋଲି ରାହୁଲ ଟ୍ବିଟ୍ଟର ଜରିଆରେ ପ୍ରଶ୍ନ କରିଛନ୍ତି । ଆକ୍ରମଣର ତଦନ୍ତ କରାଯାଇଥିବା ବେଳେ ତଦନ୍ତ ରିପୋର୍ଟ କଣ ଆସିଲା ଏବଂ ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ଆକ୍ରମଣ ଘଟିଥିବା ବେଳେ ବିଜେପି ସରକାରର କେଉଁ ନେତା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ବୋଲି ରାହୁଲ ପ୍ରଶ୍ନ କରିଥିଲେ । ଟ୍ବିଟ୍ଟରରେ ରାହୁଲଙ୍କ ଏହି ପ୍ରଶ୍ନକୁ ଅନେକ ବ୍ୟବହାର କାରୀ ସମାଲୋଚନା କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କଲେ ରାହୁଲ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ କରାଯାଇଥିବା ବଜେଟ୍‌କୁ ଦୁର୍ବଳ ବୋଲି ଅଭିହିତ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ କିଛି ବି ଦୃଢ ବ୍ୟବସ୍ଥା କରାଯାଇନାହିଁ । ବେକାରୀ ଦେଶର ବଡ ସମସ୍ୟା ହୋଇଥିବା ବେଳେ ବଜେଟ୍‌ରେ ବେକାରୀ ସମସ୍ୟା ଦୂର କରିବା ପାଇଁ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନୂତନ ନିଯୁକ୍ତି ସୃଷ୍ଟି ପାଇଁ କୌଣସି ଘୋଷଣା କରାଯାଇନଥିବାରୁ ଏହି ବଜେଟ୍‌ ଏକ ଦୁର୍ବଳ ବଜେଟ୍‌ ବୋଲି ରାହୁଲ୍‌ କହିଛନ୍ତି । ସେହିପରି 2008 ମସିହାରେ କଂଗ୍ରେସ ସରକାରଙ୍କ ପରି କୃଷିଋଣ ଛାଡ କରିବା ପାଇଁ ରାହୁଲ ଦାବି କରିଛନ୍ତି । ସେହିପରି ଖାଦ୍ୟ ମାନ୍ଦାବସ୍ଥା 14 ପ୍ରତିଶତ ଅତିକ୍ରମ କରିଥିବା ବେଳେ ସରକାର ଏହା ଉପରେ ନୀରବତା ଅବଲମ୍ବନ କରିବା ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସିଏଏ ସମ୍ପର୍କରେ 10 ଧାଡି କହିବା ପାଇଁ ରାହୁଲଙ୍କୁ ନାଡ୍ଡାଙ୍କ ଚ୍ୟାଲେଞ୍ଜ

ଆଗ୍ରା : ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ଆଗ୍ରାରେ ସିଏଏ ସମର୍ଥିତ ଏକ ସଭାରେ ନାଡ୍ଡା ରାହୁଲଙ୍କ ବିପକ୍ଷରେ ଏହି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଯୋଗ ଦେଇଥିଲେ ।(ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜାନୁଆରୀ 28ରେ ଜୟପୁରଠାରେ ସିଏଏ ବିରୋଧରେ ରାଲି କରିବେ ରାହୁଲ୍‌

ଜୟପୁର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆସନ୍ତା ଜାନୁଆରୀ 28 ତାରିଖରେ ଜୟପୁର ବିଦ୍ୟାଧର ନଗରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ରାଲି କରିବେ। ଏହି ପଦକ୍ଷେପ ଦ୍ବାରା କଂଗ୍ରେସ ସିଏଏ ବିରୋଧରେ ଦେଶର ଯୁବବର୍ଗଙ୍କୁ ଏକତ୍ରିତ କରିବାର ପ୍ରୟାସ କରିବ। ଏହି ରାଲିରେ ରାହୁଲ ଗାନ୍ଧିଙ୍କ ବ୍ୟତୀତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌, ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌, କଂଗ୍ରେସ ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଓ ଦଳର ଅନ୍ୟ ନେତା ପ୍ରମୁଖମାନେ ମଧ୍ୟ ଜୟପୁର ରାଲିରେ ସାମିଲ୍‌ ରହିବେ । ଏହି ରାଲିର ପ୍ରସ୍ତୁତି ଆରମ୍ଭ ହେଲାଣି ବୋଲି ଗେହଲଟ୍‌ ପ୍ରକାଶ କରିଛନ୍ତି । ପୂର୍ବରୁ ରାଜସ୍ଥାନ ସରକାର ସିଏଏକୁ ବିରୋଧ କରିଛନ୍ତି । କେବଳ ରାଜସ୍ଥାନ ସରକାର ନୁହଁନ୍ତି, ପଶ୍ଚିମବଙ୍ଗ,  ପଞ୍ଜାବ ସହିତ ଆହୁରି ଅନେକ ରାଜ୍ୟ ଏହି ଆଇନକୁ ବିରୋଧ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭୋଟ ପାଇଁ ରାହୁଲ ଦେଶକୁ ବିକ୍ରି କରି ପାରନ୍ତି : ଗିରିରାଜ

ନୂଆଦିଲ୍ଲୀ : ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏକୁ ନେଇ ବିପକ୍ଷ ଦଳ ଦେଶବାସୀଙ୍କୁ ଭ୍ରମିତ କରି ଭୋଟ ବ୍ୟାଙ୍କ ବଞ୍ଚାଇବାର ଚେଷ୍ଟା ଚଳାଇଛନ୍ତି ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏ କେବଳ ତିନି ଦେଶର ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ଉଦ୍ଦିଷ୍ଟ ମାତ୍ର ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରାଯିବାର ପ୍ରୟାସ କରାଯାଉଛି ବୋଲି ଗିରିରାଜ ଏହି ମତ ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଚଳିତ ବଜେଟ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌ : ଅବ୍‌କୀ ବାର୍‌ ସୁଟ୍‌ବୁଟ୍‌ର ବଜେଟ୍‌

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟ୍‌ ଚଳିତଥର ଉପସ୍ଥାପନ କରାଯିବ। ମୋଦି ସରକାରଙ୍କ ତରଫରୁ ଏନେଇ ଲଗାତାର ବୈଠକ ଜାରି ରହିଥିବାବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି  ଚଳିତ ବଜେଟ୍‌କୁ ସୁଟ୍‌ବୁଟ୍‌ ବଜେଟ୍‌ କହିଛନ୍ତି । ଏହା ସହିତ ରାହୁଲ୍‌ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେବଳ ତାଙ୍କ କିଛି ହାତଗଣତି ସାଙ୍ଗଙ୍କ ମିଶି କରି ଏହି ବଜେଟ୍‌କୁ ପ୍ରସ୍ତୁତ କରୁଛନ୍ତି।

କଂଗ୍ରେସ ନେତା ରାହୁଲ୍‌ ଟୁଇଟ୍‌ କରି କହିଛନ୍ତି ଯେ,  ମୋଦି ଏହି ବଜେଟ୍‌ ପାଇଁ ତାଙ୍କର କିଛି ବନ୍ଧୁ ତଥା ଅମୀର ବନ୍ଧୁଙ୍କ ଚର୍ଚ୍ଚା କରୁଛନ୍ତି। ଦେଶର ଚାଷୀ, ଯୁବକ, ମହିଳାଙ୍କ ରାୟ ନେବାକୁ ପ୍ରଧାନମନ୍ତ୍ରୀଙ୍କର କୌଣସି ଇଚ୍ଛା ନାହିଁ। ରାହୁଲ୍‌ ହ୍ୟାଜ୍‌ଟ୍ୟାଗ୍‌ସୁଟ୍‌ବୁଟ୍‌ବଜେଟ୍‌ ବୋଲି ଟୁଇଟ୍‌ କରିଛନ୍ତି ।

ସୂଚନାଯୋଗ୍ୟ, ଫେବୃଆରୀ 1 ତାରିଖରେ ମୋଦି ସରକାର 2.0ର ପ୍ରଥମ ବଜେଟ୍‌ ପ୍ରସ୍ତୁତ ହେବ । ଚଳିତ ଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟ୍‌ ହେବ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବନ୍ଦକୁ ସମର୍ଥନ କରି ସରକାରଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ବାମପନ୍ଥୀ ଦଳଙ୍କ ସମେତ 10 ଟ୍ରେଡ୍‌ ୟୁନିଅନ୍‌ ତରଫରୁ ହୋଇଥିବା ଭାରତ ବନ୍ଦକୁ ସମର୍ଥନ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ରାହୁଲ୍‌ ଗାନ୍ଧି କହିଛନ୍ତି ଯେ, ସାର୍ବଜନିକ କ୍ଷେତ୍ରର କମ୍ପାନୀ (ପିଏସ୍‌ୟୁ)କୁ ସରକାର ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ୍‌। ଭାରତ ବନ୍ଦ ପ୍ରଭାବରେ ଆଜି ପଶ୍ଚିମବଙ୍ଗର କିଛି ଟ୍ରେନ୍‌କୁ ରୋକା ଯାଇଛି । ରାହୁଲ୍‌ ଗାନ୍ଧି ଟୁଇଟ୍‌ କରି କହିଛନ୍ତି ଯେ, ମୋଦି-ଶାହାଙ୍କ ଜନବିରୋଧୀ ନୀତି ତଥା ଶ୍ରମିକ ବିରୋଧୀ ନୀତି ଯୋଗୁଁ ଦେଶରେ ଭୟାବହ ବେରୋଜଗାରୀ ସମସ୍ୟା ସୃଷ୍ଟି ହୋଇଛି । ମୋଦି ପୁଞ୍ଜିପତି ମିତ୍ରଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବାବେଳେ ଦେଶରେ ଏଭଳି ସମସ୍ୟା ଉପୁଜିଛି । ଆଜି 25 କୋଟି ଲୋକ ଏହାର ବିରୋଧ କରିଛନ୍ତି । ମୁଁ ସମସ୍ତଙ୍କୁ ସଲାମ୍‌ କରୁଛି ବୋଲି ରାହୁଲ୍‌ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ଦଳଙ୍କୁ ଅମିତ ଶାହାଙ୍କ ଆକ୍ରମଣ

ଜୟପୁର,03/01 : ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ରାଜନୈତିକ ନେତାଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜସ୍ଥାନର ଯୋଧପୁରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ଶାହା ବିପକ୍ଷ ନେତାଙ୍କୁ ଆକ୍ରମଣ କରିଛନ୍ତି । ଶାହା କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ କେଜ୍ରିଓ୍ବାଲ, ମାୟାବତୀ ଏବଂ ମମତା ବାନାର୍ଜୀ ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମାତ୍ର ସିଏଏକୁ ନେଇ ବିଜେପି ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଶାହା କହିଛନ୍ତି । ଏହା ସହିତ ଶାହା ରାହୁଲଙ୍କୁ ଆକ୍ରମଣ କରି କହିଛନ୍ତି, ରାହୁଲ ଏହି ଆଇନକୁ ଭଲରେ ପଢିନାହାନ୍ତି । ଯଦି ରାହୁଲ ହିନ୍ଦି ଭାଷାରେ ଲିଖିତ ଆଇନକୁ ବୁଝି ପାରୁନାହାନ୍ତି ତେବେ ଏହି ଆଇନର ଇଟାଲୀ ଭାଷା ଅନୁବାଦ ମୁଁ ରାହୁଲଙ୍କୁ ପ୍ରଦାନ କରିବି ବୋଲି ଶାହା କହିଛନ୍ତି । ଏହା ସହିତ ସିଏଏକୁ ସମର୍ଥନ କରୁଥିବା ଜନ ସାଧାରଣ ଏକ ଦେୟମୁକ୍ତ ନମ୍ବରରେ ମିସ୍‌କଲ୍‌ କରିବା ଶାହା ଅନୁରୋଧ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସୁଧାର ଗୃହକୁ ନେଇ ବିଜେପିକୁ ରାହୁଲଙ୍କ ଆକ୍ରମଣ

ନୂଆଦିଲ୍ଲୀ, 28/12 : ଦେଶରେ ସୁଧାର ଗୃହ ପ୍ରତିଷ୍ଠାକୁ ନେଇ ବିଜେପିକୁ ଆକ୍ରମଣ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ସୁଧାର ଗୃହ ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ଅସ୍ବୀକାର କରିଥିବା ବେଳେ ଆସାମରେ ଏକ ସୁଧାର ଗୃହ ରହିଛି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ରାହୁଲ ଏକ ଭିଡିଓ ସେୟାର କରିଥିଲେ, ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ସହିତ ରାହୁଲ ସୁଧାର ଗୃହର ଭିଡିଓ ମଧ୍ୟ ଜାରି କରିଥିଲେ । ଏହି ଭିଡିଓ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି କି ସତ କହୁଛନ୍ତି ଏହା ଦେଶବାସୀ ନିର୍ଦ୍ଧାରଣ କରନ୍ତୁ ବୋଲି ରାହୁଲ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ରାଜଘାଟରେ ସତ୍ୟାଗ୍ରହ ଧାରଣାରେ ଯୋଗଦେବା ପାଇଁ ଯୁବସମାଜକୁ ରାହୁଲଙ୍କୁ ଆହ୍ବାନ

ନୂଆଦିଲ୍ଲୀ,23/12 : ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ରାଜଘାଟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏକ ସତ୍ୟାଗ୍ରହ ଧାରଣା କରିବାକୁ ଯାଉଛନ୍ତି । ଯୁବସମାଜ ଏହି ଧାରଣାରେ ଯୋଗ ଦେଇ ଏହି ଧାରଣାକୁ ସଫଳ କରିବା ପାଇଁ ରାହୁଲ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ଦେଶର ଛାତ୍ର ସମାଜ ଏହି ଆଇନ ବିରୋଧରେ ଏକତ୍ର ହୋଇ ଆନ୍ଦୋଳନ କରିବା ଉଚିତ୍‌ ବୋଲି ରାହୁଲ ଗାନ୍ଧୀ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ସୋମବାର ଅପରାହ୍ନ 3ଟାରେ ରାହୁଲ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ଧାରଣାରେ ବସିବେ । ରାହୁଲଙ୍କ ସହିତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଏହି ଧାରଣାରେ ଯୋଗ ଦେବେ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ରାହୁଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସବରକରଙ୍କ ନାତି

ନୂଆଦିଲ୍ଲୀ,15/12: ରାହୁଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୀର ସବରକରଙ୍କ ନାତି । ରାହୁଲଙ୍କ ଏପରି ମନ୍ତବ୍ୟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍‌ ବୋଲି ରଞ୍ଜିତ ସବରକର କହିଛନ୍ତି । ଶନିବାର ଦିଲ୍ଲୀରେ ରାହୁଲ ମୁଁ ଗାନ୍ଧୀ ସବରକର ନୁହେଁ ବୋଲି ମତ ଦେବା ପରେ ଏହି ବିବାଦ ଦେଖା ଦେଇଥିଲା । ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତା ତାଙ୍କୁ ସମାଲୋଚନା କରିଥିବା ବେଳେ ଆଜି ସବରକରଙ୍କ ନାତି ରାହୁଲଙ୍କୁ ସମାଲୋଚନା କରିଛନ୍ତି । ରାହୁଲଙ୍କ ଏପରି ମତ ପାଇଁ ଉଦ୍ଧବ ଠାକ୍‌ରେ ତାଙ୍କୁ ମାରିବା ଉଚିତ୍‌ ବୋଲି ରଞ୍ଜିତ ସବରକର କହିଛନ୍ତି । କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶରେ ସବରକରଙ୍କୁ ସମ୍ମାନ ପ୍ରଦାନ କରାଯାଇଥାଏ ମାତ୍ର ଏକ ସର୍ବସାଧାରଣ ସଭାରେ ରାହୁଲଙ୍କ ଏପରି ମନ୍ତବ୍ୟ ଆଦୌ ଶୋଭନୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଝାରଖଣ୍ଡ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ : 4ଟି ରାଲିକୁ ସମ୍ବୋଧିତ କରିବେ ରାହୁଲ

ରାଞ୍ଚି,28/11 : କଂଗ୍ରେସ ପକ୍ଷରୁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଉଛି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଝାରଖଣ୍ଡରେ 4ଟି ରାଲିକୁ ସମ୍ବୋଧି୍ତ କରିବେ ବୋଲି ଜଣାପଡିଛି । ଆସନ୍ତା ଡିସେମ୍ବର 2 ତାରିଖରୁ ଝାରଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ରାହୁଲ 4ଟି ସ୍ଥାନରୁ ରାହୁଲ ପ୍ରଚାର କରିବେ ବୋଲି ବୁଧବାର ଦଳ ପକ୍ଷରୁ ସୂଚନା ମିଳିଛି । ଷ୍ଟାର କ୍ୟାମ୍ପେନର ତାଲିକାରେ ପୂର୍ବତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରହିଛନ୍ତି । ଉଲ୍ଲେଖଯୋଗ୍ୟଗ ଯେ, ଜେଏମ୍‌ଏମ୍‌ ସହିତ ମିଳିତ ଭାବରେ ଝାରଖଣ୍ଡରେ ପ୍ରତିଦ୍ବନ୍ଦିତା କରୁଛି କଂଗ୍ରେସ ।

Categories
ଆଜିର ଖବର

ପ୍ରଜ୍ଞା ସିଂ ଠାକୁର ଜଣେ ଆତଙ୍କବାଦୀ : ରାହୁଲ ଗାନ୍ଧୀ

ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଗୁରୁବାର ପ୍ରଜ୍ଞାଙ୍କ ଗୋଡ୍‌ସେ ମତକୁ ନେଇ ରାହୁଲ ଏହି ମତ ଦେଇଛନ୍ତି । ରାହୁଲଙ୍କ ଏହି ମନ୍ତବ୍ୟ ସହିତ ବିରୋଧୀ ଦଳର ସଦସ୍ୟ ମାନେ କକ୍ଷତ୍ୟାଗ କରିଥିଲେ । ଏହାପରେ ବିଜେପି ପକ୍ଷରୁ ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ଦିଆଯାଇଛି । ବୁଧବାର ସଂସଦରେ ଏସ୍‌ପିଜି ବିଲ୍‌ ସମ୍ବନ୍ଧରେ ଆଲୋଚନା ସମୟରେ ପ୍ରଜ୍ଞା ଗୋଡସେଙ୍କୁ ଜଣେ ଦେଶଭକ୍ତ ବୋଲି ଅଭିହିତ କରିଥିଲେ । ପ୍ରଜ୍ଞାଙ୍କ ମନ୍ତବ୍ୟରେ ଆରଏସ୍‌ଏସ୍‌ ଏବଂ ବିଜେପିର ସ୍ବଷ୍ଟ ଝଲକ ଦେଖିବାକୁ ମିଳୁଛି ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ନିରର୍ଥକ ବୋଲି ରାହୁଲ କହିଛନ୍ତି ।

Categories
ଆଜିର ଖବର

ରାହୁଲ ଗାନ୍ଧୀଙ୍କ ୫୦ ତମ ଜନ୍ମଦିବସ ଅବସରରେ ମୋଦିଙ୍କ ଶୁଭେଚ୍ଛା

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ୫୦ ତମ ଜନ୍ମଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ରାହୁଲଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘମ ଜୀବନ କାମନା କରି ଶୁଭକାମନା ଜଣାଇଛନ୍ତି ମୋଦି। ସେହିପରି ରାହୁଲଙ୍କୁ ଅନ୍ୟାନ୍ୟ ଶୁଭେଚ୍ଛୁ ଏବଂ ଦଳୀୟ କର୍ମୀଙ୍କ ପକ୍ଷରୁ ଜନ୍ମଦିନ ଶୁଭକାମନା ଯୋଗୁଁ ଏହା ଟ୍ବିଟ୍ଟରରେ ଟ୍ରେଣ୍ଡରେ ରହିଥିଲା। ଫୁଲ ସିଂ ନାମକ ଜଣେ କର୍ମୀ ରାହୁଲଙ୍କ ବାସଭବନ ସମ୍ମୁଖରେ ଏକ ଯଜ୍ଞ ମଧ୍ୟ କରାଇଥିଲେ।

Categories
ଆଜିର ଖବର

ସର୍ତ୍ତ ଅନୁସାରେ ଅଧ୍ୟକ୍ଷ ପଦରେ ରହିବେ ରାହୁଲ୍‌ ଗାନ୍ଧି !

ଲୋକସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଦଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ଜିଦ୍‌ ଧରିଥିବାବେଳେ ତାଙ୍କୁ ମନାଇବାରେ ଲାଗିଛନ୍ତି କଂଗ୍ରେସ ନେତୃବୃନ୍ଦ। ମଙ୍ଗଳବାର ସକାଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା ତାଙ୍କ ସହିତ ଭେଟ କରିଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏବେ ଦଳକୁ ବିକଳ୍ପ କେହି ମିଳିନାହାନ୍ତି। ଏବଂ ରାହୁଲଙ୍କୁ ନିଜ ଇଚ୍ଛା ମୁତାବକ ଦଳରେ ବଦଳାଇ ପାରିବେ, ବା ଦଳକୁ ଚଲାଇପାରିବେ ବୋଲି ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ ରାହୁଲ୍‌ କିଛି ସର୍ତ୍ତ ଅନୁସାରେ ଅଧ୍ୟକ୍ଷ ପଦଭାର ସମ୍ଭାଳିବେ। ବରିଷ୍ଠ ନେତା ଅହମ୍ମଦ ପଟେଲ୍‌, ପ୍ରିୟଙ୍କା ଗାନ୍ଧିଙ୍କ ସହ ବୈଠକ ପରେ ଏହି କଥାରେ ରାହୁଲ୍‌ ସହମତି ପ୍ରକାଶ କରିଥିବା ଜଣାପଡିଛି। ଚଳିତ ଲୋକସଭାରେ କଂଗ୍ରେସର ବଡ଼ ହାର ପରେ ପଞ୍ଜାବ, ଓଡ଼ିଶା, ଝାରଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନ୍ୟ କିଛି ପ୍ରଦେଶର ଅଧ୍ୟକ୍ଷ ତଥା କିଛି ବରିଷ୍ଠ ନେତୃବୃନ୍ଦ ଇସ୍ତଫା ଦେଇ ସାରିଛନ୍ତି। ରାହୁଲ୍‌ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେବାକୁ ଅଡି ବସିଥିଲେ, କିନ୍ତୁ ତାଙ୍କ ଇସ୍ତଫା ପ୍ରସ୍ତାବକୁ କଂଗ୍ରେସର କାର୍ଯ୍ୟକାରିଣୀ ଟିମ୍‌ ଅଗ୍ରାହ୍ୟ କରିଦେଇଥିଲେ। ତେବେ ତାଙ୍କୁ ବୁଝାଇବାରେ କଂଗ୍ରେସ ନେତୃବୃନ୍ଦ କେତେଦୂର ସଫଳ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା । ଆଜି ଅପରାହ୍ନ ୪ ଟା ସମୟରେ କଂଗ୍ରେସର ବୈଠକରେ ଏହା ସ୍ପଷ୍ଟ ରୂପେ ଜଣାପଡ଼ିବ ।

Categories
ଆଜିର ଖବର

ରାହୁଲ୍‌ଙ୍କ ଇସ୍ତଫାକୁ ନାମୁଞ୍ଜର କଲେ ସିଡବ୍ଲ୍ୟୁସି

ସପ୍ତଦଶ ଲୋକସଭା ନିର୍ବାଚନରେ ବଡ଼ ଧରଣର ପରାଜୟ ପରେ କଂଗ୍ରେସ ନିଜର ଆତ୍ମସମୀକ୍ଷା କରିଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ନେତା ପି. ଚିଦାମ୍ବରମ, ଗୁଲାମ ନବୀ ଆଜାଦ, ମଲିକାର୍ଜୁନ ଖାର୍ଗେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗଦେଇଛନ୍ତି। ଚଳିତଥର ୟୁପିଏ ୯୨ଟି ଆସନ ପାଇଥିବାବେଳେ କଂଗ୍ରେସ ୫୨ଟି ଆସନ ପାଇଛି। ଅପରପକ୍ଷେ ଦଳର ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହି ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ କହିଛନ୍ତି। କିନ୍ତୁ କାର୍ଯ୍ୟକାରିଣୀ ବୈଠକରେ ତାଙ୍କ ଇସ୍ତଫାକୁ ଅନୁମୋଦନ କରାଯାଇନାହିଁ। ୨୦୧୪ ଲୋକସଭା ନିର୍ବାଚନରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ସହ ମାତ୍ର ୪୪ ଆସନରେ ବିଜୟୀ ହୋଇଥିଲା। ତେବେ ଦଳର ସାଙ୍ଗଠିନିକ ସ୍ଥିତି ତଥା ତ୍ରୁଟି ବିଚ୍ୟୁତିକୁ ନେଇ ଏହି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଥିଲା।

Categories
ଆଜିର ଖବର

ପ୍ରଧାନମନ୍ତ୍ରୀ ନିଜର କାନ ଖୋଲା ରଖନ୍ତୁ : ରାହୁଲ

ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୯୪୨ ଟି ବୋମା ବିସ୍ଫୋରଣ ହୋଇଥିବା ବେଳେ ଏହାକୁ ଶୁଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର କାନ ଖୋଲା ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଦୁଇଦିନ ତଳେ ମୋଦି କହିଥିଲେ ଦେଶରେ ୨୦୧୪ ପରଠାରୁ କୌଣସି ବିସ୍ଫୋରଣ ହୋଇନାହିଁ। ଗତକାଲି ମହାରାଷ୍ଟ୍ରର ଗଡିଚିରୋଲିରେ ଏକ ବିସ୍ଫୋରଣରେ ୧୬ ସୁରକ୍ଷା କର୍ମୀଙ୍କ ପ୍ରାଣହାନି ପରେ ରାହୁଲ ଟ୍ବିଟ୍ଟର ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି ୨୦୧୪ ପରଠାରୁ ମୋହରା, ଦାନ୍ତେଓ୍ବାଡେ, ପାଲାମୁ, ଅଉରଙ୍ଗାବାଦ, କୋରାପୁଟକ, ସୁକମା, ଅଓ୍ବାପଲ୍ଲୀ ଏବଂ ଛତିଶଗଡରେ ବିସ୍ଫୋରଣ ଘଟିଛି। ଏହି ସମସ୍ତ ବିସ୍ଫୋରଣରେ ଦେଶ ଏହାର ଅନେକ ସୁରକ୍ଷାକର୍ମୀଙ୍କୁ ହରାଇଛି। ଏହି ସମସ୍ତ ଘଟଣା ଶୁଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିଜ କାନ ଖୋଲା ରଖିବାକୁ ପଡିବ ବୋଲି ରାହୁଲ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି, ଏହି ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କେହି ପଢି ଶୁଣାଇବା ଉଚିତ୍‌।

Categories
ଆଜିର ଖବର

‘ଚୌକିଦାର ଚୋର ହେ’ ସ୍ଲୋଗାନ ପାଇଁ ରାହୁଲଙ୍କ ବିରୋଧରେ ମାମଲା

କଂଗ୍ରେସ ସଭାପତି ନିଜର ଚୌକିଦାର ଚୋର ଅଟେ ମନ୍ତବ୍ୟ ପାଇଁ ଅଦାଲତରେ କ୍ଷମା ପ୍ରାର୍ଥନା କରିଥିବା ବେଳେ ପୁନର୍ବାର ଏକ ରାଲିରେ ସମାନ ସ୍ଲୋଗାନ ଦେଇ ଅଡୁଆରେ ପଡିଛନ୍ତି। ରାହୁଲ ଉପସ୍ଥିତ ଜନତାଙ୍କୁ ଚୌକିଦାର ଚୋର ହେ ସ୍ଲୋଗାନ୍‌ ଦେବାକୁ କହିଥିଲେ। ଏନେଇ ବିହାରର ଆରା କୋର୍ଟରେ ରାହୁଲଙ୍କ ବିପକ୍ଷରେ ଏକ ମାମଲା ରୁଜୁ ହୋଇଛି। ବିହାରର ସମଷ୍ଟିପୁରରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏହା କହିଥିଲେ। ଏହି ସଭାରେ ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ତେଜସ୍ବୀଙ୍କ ନାମରେ ମଧ୍ୟ ମାମଲା ଦାଏର କରାଯାଇଥିବା ଜଣା ପଡିଛି। ସତ୍ୟବ୍ରତ ନାମକ ଜନୈକ ଓକିଲ ଧାରା ୧୨୪(ଏ) ଏବଂ ୫୦୫ (୧) ଅନୁଯାୟୀ ମାମଲା ଦାଏର କରାଯାଇଛି। ଆସନ୍ତା ଏପ୍ରିଲ୍‌ ୨୯ ତାରିଖରେ ମାମଲାର ଶୁଣାଣି ହେବ।

Categories
ଆଜିର ଖବର

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାହୁଲଙ୍କ ଓଡିଶା ଗସ୍ତ ବିଳମ୍ବ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁ ତାଙ୍କର ଓଡ଼ିଶା ଗସ୍ତ ବିଳମ୍ବିତ ହେବ ବୋଲି ଟ୍ବିଟ୍ଟର ଜରିଆରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୨ଟାରେ ରାହୁଲ ବାଲେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଥିଲା। ରେମୁଣାରେ କଂଗ୍ରେସ ପକ୍ଷରୁ ପରିବର୍ତନ ସଙ୍କଳ୍ପ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା। ଏହି ସଭାରେ ରାହୁଲଙ୍କ ସମେତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଟି.ଏସ୍.ସିଂହଦେଓ ଓ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ପିସିସି କର୍ମକର୍ତା ଓ ଅନ୍ୟ ଆସନମାନଙ୍କରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ଦଳର ପ୍ରାର୍ଥୀମାନେ ଯୋଗଦେବେ ବୋଲି ସୂଚନା ରହିଛି।

Categories
ଆଜିର ଖବର

ଶୁକ୍ରବାର ଓଡିଶା ଆସିବେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପୁନର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡିଶାରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଥିବାରୁ ଓଡିଶାରେ ପ୍ରଚାର କରି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ରାହୁଲ ଓଡିଶା ଆସୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନୀ ପ୍ରଚାର ପାଇଁ ରାହୁଲ ଓଡ଼ିଶା ଆସି ବାଲେଶ୍ୱର ନିର୍ବାଚନୀ ସଭାରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି। ଏହାପରେ ସେ ଜଗତସିଂହପୁରରେ ଆୟୋଜିତ ସଭାରେ ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି। ଆସନ୍ତା ଏପ୍ରିଲ୍‌ ୨୯ ତାରିଖରେ ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର

ଆସନ୍ତା ୨୬ରେ ଓଡ଼ିଶା ଆସିବେ ରାହୁଲ୍‌

ରାଜ୍ୟରେ ଚାଲିଛି ନିର୍ବାଚନ ମତଦାନ। ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ କରିବା ପାଇଁ ସବୁ ରାଜନୈତିକ ଦଳ ନିଜ ପ୍ରଚାର ଜୋରସୋରରେ କରୁଛନ୍ତି। ଆସନ୍ତା ୨୬ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ନିର୍ବାଚନ ପାଇଁ ନିୟମିତ ସବୁ ରାଜନୈତିକ ଦଳର ନେତାମାନେ ଓଡ଼ିଶା ଗସ୍ତ କରୁଛନ୍ତି। ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ ସହ ସାମ୍ରାଜ୍ୟ ବିସ୍ତାର କରିବାକୁ ପୁଣି ଆସନ୍ତା ୨୬ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ସେ ପୂର୍ବରୁ ମଧ୍ୟ ଅନେକ ଥର ଓଡ଼ିଶା ଗସ୍ତ କରିଛନ୍ତି। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ରହିଛି। ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବାରୁ ଆସନ୍ତା ୨୬ରେ ଓଡ଼ିଶା ଆସି  ରାହୁଲ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ସେ ଜଗତସିଂହପୁରରେ ମଧ୍ୟ ସଭା କରିବା କାର୍ଯ୍ୟକ୍ରମ ରହିଛି।