Categories
ଆଜିର ଖବର

ମାସୁଦ୍‌କୁ ଚୀନ୍‌ର ସୁରକ୍ଷା ପ୍ରସଙ୍ଗ : ମୋଦିଙ୍କୁ କଟାକ୍ଷ କଲେ ରାହୁଲ୍‌ କହିଲେ, ଚୀନ୍‌କୁ ଡରୁଛନ୍ତି ମୋଦି ମୁହଁରୁ ଗୋଟିଏ ବି ଶବ୍ଦ ବାହାରୁନି

ଚୀନ୍‌ ପୁଣିଥରେ ମାସୁଦ୍‌ ଅଜ୍‌ହର୍‌କୁ ବିଶ୍ବ ଆତଙ୍କୀ ଘୋଷିତ ହେବାକୁ ଦେଲା ନାହିଁ। ଚୀନ୍‌ ନିଜର ଭିଟୋ ବଳ ପ୍ରୟୋଗ କରି ମାସୁଦ୍‌କୁ ସୁରକ୍ଷା ଦେଲା। ଏହି ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ଯେ, ମୋଦି ଚୀନ୍‌ର ରାଷ୍ଟ୍ରପତି ଚୀନିପିଙ୍ଗଙ୍କୁ ଡରୁଛନ୍ତି ଓ ଚୀନ୍‌ର ବିରୋଧରେ ତାଙ୍କ ମୁହଁରୁ ଗୋଟିଏ ବି ଶବ୍ଦ ବାହାରୁନାହିଁ ।  ରାହୁଲ୍‌ ଗାନ୍ଧି ଟ୍ବିଟ୍‌ କରି କହିଛନ୍ତି ,‘ ଦୁର୍ବଳ ମୋଦି ଚିନ୍‌ପିଙ୍ଗ୍‌କୁ ଡରୁଛନ୍ତି, ଯେତେବେଳ ଚୀନ୍‌ ଭାରତ ବିରୋଧରେ ପାଦ ବଢାଉଛି, ସେତେବେଳେ ତାଙ୍କ ମୁହଁରୁ ଶବ୍ଦ ବାହାରୁନି’,  ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋଦିଙ୍କ ଚୀନ୍‌ କୁଟନୀତି : ଗୁଜୁରାଟରେ ଚିନ୍‌ପିଙ୍ଗ୍‌ଙ୍କ ସହ ଏକାଠି ଝୁଲିବା, ଦିଲ୍ଲୀରେ ଆଲିଙ୍ଗନ କରିବା ଓ ଚୀନ୍‌ରେ ତାଙ୍କ ଆଗରେ ମୁଣ୍ଡ ନୁଆଁଇବା’ । ଚୀନ୍‌ ଦ୍ବାରା ମାସୁଦ୍‌ ଉପରେ ରୋକ୍‌କୁ ବିଦେଶ ମନ୍ତ୍ରଣାଳୟ ନିରାଶ ହୋଇଛି । ମନ୍ତ୍ରଣାଳୟ ତରଫରୁ ଏହି ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ସ୍ପଷ୍ଟ କରିଛି ।