Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶା ଆକାଶରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ, ସୂର୍ଯ୍ୟଙ୍କ ଚାରିପଟେ ଗୋଲାକାର ଇନ୍ଦ୍ରଧନୁ

କୋରାପୁଟ, ଆଜି କୋରାପୁଟ ଆକାଶରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଯାହା ସେଠାକାର ବାସିନ୍ଦାଙ୍କୁ କରି ଦେଇଛି ଆଶ୍ଚର୍ଯ୍ୟ। ରବିବାର ଠିକ ମଧ୍ୟାହ୍ନ 12ଟା ବେଳେ ଆରମ୍ଭ ହୋଇଥିଲା ଏହି ଦୃଶ୍ୟ। କୋରାପୁଟ ଆକାଶ ମେଘାଛନ୍ନ ଥିବା ବେଳେ ଝାପସା ସୂର୍ଯ୍ୟଙ୍କ ଚାରିପଟେ ଦେଖିବାକୁ ମିଳିଥିଲା ଏକ ବିରାଟ ଇନ୍ଦ୍ରଧନୁ। ଲାଗୁଥିବା ସତେ ଯେପରି ସୂର୍ଯ୍ୟଙ୍କ ଚାରିପଟେ ରହିଛି ଏକ ସୁରକ୍ଷା ବଳୟ।

ଠିକ୍ ମଧ୍ୟାହ୍ନ 12 ଟାରେ ଏହି ବିରଳ ଦୃଶ୍ୟ ଆରମ୍ଭ ହେଲା ଏବଂ 12 ଟା 7 ବେଳକୁ ପୁରା ସ୍ପଷ୍ଟ ପ୍ରତିୟମାନ ହେଲା। ଏହିପରି ଦୃଶ୍ୟ ପ୍ରାୟ 15 ମିନଟ ଧରି ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା। ଏହାପରେ ଧିରେ ଧିରେ ତାହା ଲିଭି ଯାଇଥିଲା।

ସାଧାରଣତଃ ମଧ୍ୟାହ୍ନ ବେଳେ ସୂର୍ଯ୍ୟ ପ୍ରାୟତଃ ମୁଣ୍ଡ ଉପରେ ଥାଆନ୍ତି ଏବଂ ଏହି ସମୟରେ ଲୋକମାନଙ୍କର ଚଳପ୍ରଚଳ ବେଶୀ ହୋଇଥାଏ। ହେଲେ ଲକ ଡାଉନ ଯୋଗୁଁ ଲୋକେ ପ୍ରାୟତଃ ଘରେ ରହୁଛନ୍ତି। ଯେତେବେଳେ ଆକାଶରେ ଏପରି ବିରଳ ଦୃଶ୍ୟ ପ୍ରତିୟମାନ ହେଲା ସେତେବେଳେ ସମସ୍ତେ ବାହାରକୁ ଆସି ଏହାକୁ ଦେଖିବାକୁ ଲାଗିଲେ। ଅନେକ କରୋନା ଭୟରେ ବାହାରକୁ ନ ଆସି ଛାତ ଉପର ମଧ୍ୟ ସୂର୍ଯ୍ୟ ଓ ଇନ୍ଦ୍ରଧନୁର ଖେଳକୁ ଉପଭୋଗ କରିଥିଲେ।