Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ପହଞ୍ଚିଲେ ରାଜନାଥ ସିଂ: ଘୋଷଣା କରିପାରନ୍ତି ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ

ଭୁବନେଶ୍ଵର: ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବ। ଆସନ୍ତାକାଲି ନୂତନ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ କି ଏହେବ, ଏନେଇ ବିଜେପି ପକ୍ଷରୁ ସ୍ଥିର ହୋଇନାହିଁ। ଆଜି ରାଜ୍ୟ ବିଜେପିର ବିଧାୟକ ଦଳ ବୈଠକ ବସୁଛି। ଏହି ବୈଠକରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର ହୋଇପାରେ।

ଓଡିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଦୁଇଜଣଙ୍କୁ ପର୍ଯ୍ୟବେକ୍ଷକକୁ ନିଯୁକ୍ତି କରିଛି। ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଉଭୟ ନେତା ଆଜିର ବିଧାୟକ ଦଳ ବୈଠକରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଏଥିପାଇଁ ରାଜନାଥ ସିଂ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ରାଜନାଥ ସିଂଙ୍କ ସହ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଭୁବନେଶ୍ବରରେ ପହଞ୍ଚିଛନ୍ତି।