Categories
ଆଜିର ଖବର

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ : ମାର୍ଚ୍ଚ ୫କୁ ଘୁଞ୍ଚିଲା ଶୁଣାଣୀ

ଉଚ୍ଚତମ ନ୍ୟାୟାଳୟ ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍‌ ଭୂମି ବିବାଦର ମଧ୍ୟସ୍ଥତା ପୂର୍ବକ ସମାଧାନ ପାଇଁ ଏହାର ଶୁଣାଣୀକୁ ମାର୍ଚ୍ଚ ୫ ତାରିଖକୁ ଘୁଞ୍ଚାଇଛନ୍ତି । ମୁଖ୍ୟ ନ୍ୟାୟଧୀଶ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣୀ କରି ଏହାକୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହି ପ୍ରସ୍ତାବ ଉପରେ ନ୍ୟାୟଳୟ କହିଥିଲେ ଯେ, ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ବିବାଦର ସମଧାନ ଯଦି ମଧ୍ୟସ୍ଥତା ଜରିଆରେ ହୋଇ ପାରିବାର ୧ ପ୍ରତିଶତ ବି ସମ୍ଭାବନା ରହିଥାଏ ତେବେ ତାକୁ ଖୋଜି ବାହାର କରିବା ଆବଶ୍ୟକ ଏବଂ ତାହାକୁ ପ୍ରଥମେ ପ୍ରଥମେ ଅଗ୍ରାଧିକାରୀ ଦିଆଯିବ । ନ୍ୟାୟାଳୟଙ୍କ ଏହି ପ୍ରସ୍ତାବ ଉପରେ ରାମଲଲାଙ୍କ ତରଫରୁ ଓକିଲ ସି.ଏସ୍‌.ବୈଦନାଥନ୍‌ ବିରୋଧ କରିବା ସହିତ ପ୍ରଥମେ ଅସଫଳ ରହିଥିଲେ । ଅନ୍ୟ ହିନ୍ଦୁ ପକ୍ଷଧାରୀଙ୍କ ତରଫରୁ ବରିଷ୍ଠ ଅଧିବକ୍ତା ଦୁଷ୍ମନ୍ତ ଦେବ ମଧ୍ୟ ମଧ୍ୟସ୍ଥତାର ବିରୋଧ କରିଥିଲେ । କିନ୍ତୁ ମୁସଲିମ୍‌ ପକ୍ଷଧାରୀଙ୍କ ତରଫରୁ ବରିଷ୍ଠ ଅଧିବକ୍ତା ରାଜବୀ ଧଓ୍ବନ ମଧ୍ୟସ୍ଥତା ଉପରେ କୌଣସି ଆପତ୍ତି ଉଠାଇନଥିଲେ ।  ନ୍ୟାୟାଳୟ ମଧ୍ୟସ୍ଥତା ମାମଲା ଉପରେ ଆଦେଶ ପାଇଁ ଏହାର ଆଗାମୀ ଶୁଣାଣୀ ମାର୍ଚ୍ଚ ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି ।