Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତାଙ୍କ ଘରେ ସିବିଆଇର ଚଢାଉ

ମୁମ୍ବାଇ : ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଶୁକ୍ରବାର ଦିନ ଦିଲ୍ଲୀ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଏହା ସହିତ ରାଣା କପୁରଙ୍କ ବାସଗୃହ ଏବଂ ଅଫିସ୍‌ରେ ମଧ୍ୟ ଚଢାଉ କରାଯାଇଛି । ପୂର୍ବରୁ ଇଡି ପକ୍ଷରୁ ରାଣା କପୁରଙ୍କୁ ପଚରା ଉଚୁରା କରାଯିବା ସହିତ ଗିରଫ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୟେସ୍‌ ବ୍ୟାଙ୍କ ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଣା କପୁରଙ୍କୁ ଗିରଫ କଲା ଇଡି

ମୁମ୍ବାଇ : ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ଇଡି । ଦୀର୍ଘ ସମୟର ମାରାଥନ ଜେରା ପରେ ଇଡି କପୁରଙ୍କୁ ଗିରଫ କରିଛି । ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ସହିତ ଆର୍ଥିକ ଅନିୟମିତତା ଅଭିଯୋଗ କାରଣରୁ ଇଡି ରାଣାଙ୍କୁ ଗିରଫ କରିଛି । ଇଡି ପକ୍ଷରୁ ରାଣାଙ୍କ ନାମରେ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ୟେସ୍‌ ବ୍ୟାଙ୍କର ଏକ ସେଲ୍‌ କମ୍ପାନୀ ନିକଟରୁ 600 କୋଟିର ଅର୍ଥ ନେଇଥିବା ଅଭିଯୋଗରେ ଏହି ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ଆଜି ଦିନ 11ଟା ସମୟରେ ରାଣାଙ୍କୁ କୋର୍ଟରେ ହାଜର କରାଯିବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ଇଡିର ଚଢାଉ

ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ କରିଛି। ଡିଏଚଏଫଲ ଦୁର୍ନୀତିକୁ ମାମଲାକୁ ନେଇ ଏହି ଚଢାଉ କରାଯାଇଛି। ଏହା ବ୍ୟତୀତ ରାଣାଙ୍କ ବିରୋଧରେ ଅନ୍ୟ କେତେକ ଅନିୟମିତତା ମଧ୍ୟ ଇଡି ନଜରକୁ ଆସିଛି। ସୂଚନା ଅନୁଯାୟୀ ଡିଏଚଏଫଏଏର 79 ନକଲି କମ୍ପାନୀ ଓ 1 ଲକ୍ଷ ନକଲି ଗ୍ରାହକଙ୍କ ସହଯୋଗରେ ପ୍ରାୟ 13 ହଜାର କୋଟି ଟଙ୍କା ଘୋଟାଲ ହୋଇଥିବାର ଅଭିଯୋଗରହିଛି। ବେନିୟମ ଭାବେ ଅଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କାରଣରୁ ୟେସ୍‌ ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ଅନ୍ୟପଟେ ୟେସ ବ୍ୟାଙ୍କରେ ଦେଖାଯାଇଥିବା ଆର୍ଥିକ ସଙ୍କଟକୁ ଦେଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହସ୍ତକ୍ଷେପ କରିଛି।

ସେହିପରି ୟେସ୍‌ ବ୍ୟାଙ୍କର ଆର୍ଥିକ ସଂକଟ ସମୟରେ ଆଇନ ପ୍ରାଧିକରଣ ଅନୁସାରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୟେସ ବ୍ୟାଙ୍କର 49 ପ୍ରତିଶତ ସେୟାର କିଣିବ ବୋଲି ସୂଚନା ମିଳିଛି। ଆଜି ମୁମ୍ବାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ବିଆଇ ଚେୟାରମ୍ୟାନ୍‌ ରଜନୀଶ୍‌ କୁମାର କହିଛନ୍ତି ଯେ, ଏସ୍‌ବିଆଇ ୟେସ୍‌ ବ୍ୟାଙ୍କରେ 2450 କୋଟି ଟଙ୍କା ନିବେଶ କରିବା ପାଇଁ ଯୋଜନା କରିଛନ୍ତି । ତେବେ ଏନେଇ ତାଙ୍କ ଲିଗାଲ୍‌ ଟିମ୍‌ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ୟେସ୍‌ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି କହିଥିଲେ। (ଏଜେନ୍ସି)