ରାଣା କପୁରଙ୍କୁ ଗିରଫ କଲା ଇଡି

Published: Mar 8, 2020, 8:57 am IST

ମୁମ୍ବାଇ : ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଗିରଫ କରିଛି ଇଡି । ଦୀର୍ଘ ସମୟର ମାରାଥନ ଜେରା ପରେ ଇଡି କପୁରଙ୍କୁ ଗିରଫ କରିଛି । ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ସହିତ ଆର୍ଥିକ ଅନିୟମିତତା ଅଭିଯୋଗ କାରଣରୁ ଇଡି ରାଣାଙ୍କୁ ଗିରଫ କରିଛି । ଇଡି ପକ୍ଷରୁ ରାଣାଙ୍କ ନାମରେ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ୟେସ୍‌ ବ୍ୟାଙ୍କର ଏକ ସେଲ୍‌ କମ୍ପାନୀ ନିକଟରୁ 600 କୋଟିର ଅର୍ଥ ନେଇଥିବା ଅଭିଯୋଗରେ ଏହି ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି । ଆଜି ଦିନ 11ଟା ସମୟରେ ରାଣାଙ୍କୁ କୋର୍ଟରେ ହାଜର କରାଯିବ । (ଏଜେନ୍ସି)

Related posts