ନୂଆଦିଲ୍ଲୀ: ଚୀନ୍ରୁ ଆସିଥିବା ରାପିଡ୍ ଟେଷ୍ଟ କିଟ୍ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ମନା କରିଛି ଆଇଏମ୍ସିଆର୍ । ପ୍ରଥମେ ରାଜସ୍ଥାନ ଏବଂ କୋଲକାତାରୁ ରାପିଡ୍ ଟେଷ୍ଟ କିଟ୍ର ବିଫଳତା ସମ୍ମୁଖକୁ ଆସିଥିଲା । ଏହି କିଟ୍ରେ ପଜିଟିଭ୍ ରୋଗୀ ମାନଙ୍କର ରିପୋର୍ଟ ନେଗେଟିଭ୍ ଦେଖାଉଥିଲା । ଏହି ଅଭିଯୋଗ ଆସିବା ପରେ ଆସନ୍ତା ଦୁଇ ଦିନ ପାଇଁ ରାପିଡ୍ ଟେଷ୍ଟିଂ କିଟ୍ ବ୍ୟବହାର ନକରିବା ପାଇଁ ଆଇଏମ୍ସିଆର୍ ପକ୍ଷରୁ କୁହାଯାଇଛି ।
