Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ: ପାରିମାଣିକ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା

ପୁରୀ: ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ହେବ। ଶୃଙ୍ଖଳିତ ନବ ଯୌବନ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନର ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସକାଳ ୮ ଟା ରୁ ୯ ଟା ଯାଏଁ ପାରିମାଣିକ ଦର୍ଶନ କରାଯିବ। ସେଥିପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ମୋଟ ୭୦୦୦ ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା ରହିଛି। ହେଲେ ଜଣେ ଭକ୍ତଙ୍କୁ କେବଳ ଦୁଇଟି ଟିକେଟ ମିଳିପାରିବ।

ତେବେ ଦକ୍ଷିଣ ଦ୍ଵାର ଦେଇ ଶ୍ରଦ୍ଧାଳୁମାନେ ପାରିମାଣିକ ଦର୍ଶନ କରିପାରିବେ। ଏହାପରେ ସକାଳ ୯ ଟାରୁ ୧୧ ଟା ଯାଏଁ ସର୍ବ ସାଧାରଣ ଦର୍ଶନ ଚାଲିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

Rath Yatra: ପାଖେଇଲା ରଥଯାତ୍ରା, ଦ୍ରୁତଗତିରେ ଚାଲିଛି ରଥ କାମ

Rath Yatra: ପାଖେଇଲାଣି ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଏହି ପବିତ୍ର ରଥଯାତ୍ରା ଆସନ୍ତା ମଙ୍ଗଳବାରରେ ଅନୁଷ୍ଠିତ ହେବ। ସେଥିପାଇଁ ରଥ କାମ ଦ୍ରୁତଗତିରେ ଚାଲିଛି। ରଥଖଳାରେ ମହାରଣାମାନେ ଏହି କାମରେ ଲାଗିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ରଥ କାମ ତଦାରଖ କରିବାରେ ଲାଗିଛନ୍ତି।

ରଥଖଳାରେ ଗତକାଲି ତିନିରଥର ବେଦି ନିର୍ମାଣ ଆରମ୍ଭ ହୋଇଛି। ଏହା ସହ ଚାରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ସହ ତିନିରଥର ଆଗଆଣି, ପଛଆଣି ଢମକ ମଝିରେ ପାଞ୍ଚୋଟି ଲେଖାଁଏ ‘ଜଗତପୃଷ୍ଠ ଶେଣୀ’ ପକା ଯାଇଅଛି। ତିନିରଥର ଅସୁଆରୀରେ ସିଂହ ବିରାଳ, ଗଜ ବିରାଳ, ନର ବିରାଳ ରୂପ ଖୋଦେଇ ଜାରି ରହିଛି।

ତିନିରଥର ବତା କନାରେ ଲେସ ଫିଟିଙ୍ଗ ସହ ଦୁଆର ବେଢ଼ା କନାରେ ଚାନ୍ଦୀ ଫୁଲ, ଲେସ ସିଲେଇ କାର୍ଯ୍ୟ ଜାରି ରହିଛି।