Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା, ଯୋଗ ଦେଲେ ସାମ୍ବାଦିକଙ୍କଠାରୁ ଆରମ୍ଭ କରି ରାଜନେତା

ଭୁବନେଶ୍ବର: ଆଜି ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ସମସ୍ତଙ୍କ ପ୍ରିୟ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ଆୟୋଜିତ ହୋଇଛି ଏକ ଶ୍ରଦ୍ଧାଞ୍ଜଳି ସଭା। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ସଭାରେ ରାଜ୍ୟର ବରିଷ୍ଠ ସାମ୍ବାଦିକଙ୍କ ସହିତ ରାଜନେତାମାନେ ଯୋଗଦେଇଥିଲେ।

ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ପୌରହିତରେ ଆୟୋଜିତ ଏହି ସଭାରେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ଥିଲେ। ସେହିପରି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଜେପି ନେତା ସଜ୍ଜନ ଶର୍ମା ପ୍ରମୁଖ ଯୋଗଦେଇ ତାଙ୍କର ସ୍ମତି ଚାରଣ କରିଥିଲେ। ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ରତିକାନ୍ତଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ।

କଂଗ୍ରେସରୁ ସଭାପତି ଭକ୍ତ ଦାସ, ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗଦେଇ ତାଙ୍କର ଫଟୋରେ ପୁଷ୍ପମାଲ୍ୟ ଦେବା ସହିତ ସ୍ମତି ଚାରଣ କରିଥିଲେ। ଏହି ସ୍ମତି ସଭାରେ ତାଙ୍କ ପରିବାର ସଦସ୍ୟ ମଧ୍ୟଯୋଗ ଦେଇଥିଲେ। ଏହି ଉପଲକ୍ଷେ ପ୍ରିୟ ରତି ଭାଇଙ୍କ ଉପରେ ଏକ ସ୍ମରଣିକାର ଉନମୋଚନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ରାଜାରାମ ଶତପଥୀ, ପ୍ରଭୃକଲ୍ୟାଣ ମହାପାତ୍ର, ସଂଜୟ ଜେନା ପ୍ରମୁଖ ଏହି ସଭାର ପରିଚାଳନା କରିଥିଲେ।