Categories
ଆଜିର ଖବର

ଶୀଘ୍ର କକପିଟକୁ ଫେରିବାକୁ ଚାହୁଁଛନ୍ତି ଅଭିନନ୍ଦନ

ପାକିସ୍ତାନର ଯୁଦ୍ଧ ବିମାନ F-16 ମାରି ଖସାଇବା ଓ ପାକିସ୍ତାନ ସେନା କବଜାରେ ୬୦ ଘଣ୍ଟା ରହିବା ପରେ ସ୍ବଦେଶ ଫେରିଛନ୍ତି ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଏବେ ଦିଲ୍ଲୀ ସ୍ଥିତ ଆର୍ମିର ରିସର୍ଚ୍ଚ ଏଣ୍ଡ ରେଫରାଲ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। କିନ୍ତୁ ଅଭିନନ୍ଦନ ଏବେ କାମକୁ ଫେରିବା ପାଇଁ ବ୍ୟାକୁଳ ହେଲେଣି। ଯେତେ ଶୀଘ୍ର ସମ୍ଭବ କକପିଟକୁ ଫେରିବାକୁ ଆଗ୍ରହୀ ଅଭିନନ୍ଦନ। ଏୟାରଫୋର୍ସର ବରିଷ୍ଠ ଅଧିକାରୀ ସେ ଏକଥା କହିଥିବା ଜଣା ପଡ଼ିଛି। ଅଭିନନ୍ଦନଙ୍କୁ ଗତକାଲି ହସ୍ପିଟାଲରେ ଭେଟିଥିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ରାଓ ଭାମରେ। ବାୟୁସେନାର MiG-21 ବିମାନରୁ ମିସାଇଲ ମାଡ଼ କରି ପାକିସ୍ତାନ F-16କୁ ଖସାଇ ଦେଇଥିଲେ ଅଭିନନ୍ଦନ।