Categories
ଆଜିର ଖବର

ଆଜି ଭାରତ ବଜାରରେ ପ୍ରବେଶ କରିବ Realme 3

ଚୀନ୍ ସ୍ମାର୍ଟଫୋନ୍ କମ୍ପାନୀ Realme ଆଜି ଭାରତରେ ଲଞ୍ଚ କରିବ ନୂଆ ମୋବାଇଲ୍ ଫୋନ୍ Realme 3। ଏଥିରେ ୧୨nm ପ୍ରୋସେସ ଥିବା MediaTek Helio P70 ପ୍ରୋସେସର ରହିଛି। ଏହାସହ ଏହି ମୋବାଇଲ୍ ଫୋନର ପଛପଟରେ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍। ୪, ୨୩୦ mAh ବ୍ୟାଟେରୀ ରହିଛି। ଏହାସହ ବହୁ ଅତ୍ୟାଧୁନିକ ଫିଚର ବି ରହିଥିବା କମ୍ପାନୀ ଦାବି କରିଛି। କୁହାଯାଉଛି, Realme 3 ନିକଟରେ ଲଞ୍ଚ ହୋଇଥିବା Redmi Note 7କୁ ଟକ୍କର ଦେବ। ତେବେ ଏହି ଫୋନ୍ କେତୋଟି ସେଗମେଣ୍ଟରେ ଲଞ୍ଚ ହେବ ଓ ଦାମ୍ କେତେ ରହିବ ଆଜି ଲଞ୍ଚ ହେବା ପରେ ସସପେନ୍ସ ଉପରୁ ପରଦା ହଟିବ।