Categories
ଆଜିର ଖବର ଜାତୀୟ ଖବର

ପରଭଣୀରେ ପ୍ରଥମ କରୋନା ମାମଲା : ପୁଣେରୁ 350 କିଲୋମିଟର ଚାଲି ଚାଲି ପହଞ୍ଚିଥିବା ବ୍ୟକ୍ତିଙ୍କୁ କରୋନା

ପରଭଣୀ: ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରେ ଗୁରୁବାର ଦିନ କରୋନା ଜନିତ ପ୍ରଥମ ମାମଲା ସାମ୍ନାକୁ ଆସିଛି । ପୁଣେରୁ ଚାଲିଚାଲି ପରଭଣୀକୁ ଆସିଥିବା ଜଣେ ଯୁବକଙ୍କ ନିକଟରେ କରୋନା ପଜିଟଭ୍‌ ମିଳିଛି ।

ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ପୁଣେରୁ ଚାଲି ଚାଲି ନିଜ ଘର ପରଭଣୀର ପହଞ୍ଚିଥିବା 21ବର୍ଷୀୟ ଯୁବକଙ୍କ ଠାରେ କୋଭିଡ-19  ପଜିଟିଭ୍‌ ମିଳିଛି । ପ୍ରାୟ 350 କିଲୋମିଟର ଚାଲି ଚାଲି ପରଭଣୀରେ ପହଞ୍ଚିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ପରଭଣୀର ସିଭିଲ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବାବେଳେ ତାଙ୍କ ସମ୍ପର୍କରେ ଆସିଥିବା ଆଠରୁ ନଅ ଜଣଙ୍କୁ ଖୋଜା ଯାଉଛି ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 12759ରେ ପହଞ୍ଚିଥିବାବେଳେ 420 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି 1514 ଜଣ ଏଥିରୁ ସୁସ୍ଥ ହୋଇଛନ୍ତି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହି ଚିହ୍ନଟ ହୋଇଛନ୍ତି । ଏଠାରେ ପ୍ରାୟ 3000 ପାଖାପାଖି ଲୋକେ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 400 ଉପରେ ରହିଛି । (ଏଜେନ୍ସି)