Categories
ଆଜିର ଖବର ଜାତୀୟ ଖବର

ଟପଲେସ୍‌ ପେଣ୍ଟିଂ କରାଇ ପୁଣିଥରେ ବିବାଦରେ ଫସିଲେ ରେହାନା ଫାତିମା

କେରଳ : କେରଳର ବିବାଦୀୟ ସାମାଜିକ କର୍ମୀ ରେହାନା ଫାତିମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଟପଲେସ୍‌ ପେଣ୍ଟିଂ କରି ବିବାଦରେ ଫସିଛନ୍ତି ଫାତିମା ।ନାବାଳକ ପିଲାମାନଙ୍କ ଦ୍ବାରା ନିଜର ଅର୍ଦ୍ଧନଗ୍ନ ଶରୀର ଉପରେ ଚିତ୍ର କରିବାକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା ପରେ ପୋଲିସ୍‌ ଫାତିମାଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି ।

ସୂଚନା ପ୍ରଯୁକ୍ତି ଆଇନ ଓ କିଶୋର ନ୍ୟାୟ କାନୁନ୍‌ ଆଧାରରେ ଏହି ମାମଲା ଦାଏର ହୋଇଛି । ଏନେଇ ବିଜେପିର ଓବିସି ମୋର୍ଚ୍ଚାର ନେତା ଏବି ଅରୁଣ ପ୍ରକାଶ ତିରୁଓ୍ବାଲା ପୋଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍‌ ମାମଲା ରୁଜୁ କରିଛି ।

ଫାତିମା ‘ବଡି ଏଣ୍ଡ୍‌ ପଲିଟିକ୍ସକ’ ନାମରେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ।  ଏହା ମଧ୍ୟରେ କେରଳର ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଏହି ମାମଲା ଉପରେ 10 ଦିନଭିତରେ ପତନମତିଟ୍‌ଟା ଜିଲ୍ଲା ପୋଲିସ୍‌ ପ୍ରମୁଖଙ୍କଠାରୁ ଏନେଇ ରିପୋର୍ଟ ମାଗିଛନ୍ତି ।

2018ରେ ଫାତିମା ଶାବରୀମାଲା ସ୍ଥିତ ଭଗବାନ ଆୟାପ୍ପା ମନ୍ଦିରରେ ପ୍ରବେଶ କରିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଉପରେ ହିନ୍ଦୁ ଶ୍ରଦ୍ଧାଳଙ୍କୁ ଭାବନାକୁ କୁଠାରଘାତ କରିଥିବାର ଅଭିଯୋଗ ହୋଇଥିଲା।

ପ୍ରାୟତଃ ବିବାଦରେ ରହୁଥିବା ଫାତିମା 2014ରେ କୋଚିରେ ମୋରଲ୍‌ ପୁଲିସିଂ ବିରୋଧରେ ‘କିସ୍‌ ଅଫ୍‌ ଲଭ୍‌’ କ୍ୟାମ୍ପେନ୍‌ରେ ଅଂଶ ନେଇଥିଲେ । ସେ ତାଙ୍କ ପାର୍ଟନରଙ୍କ କିସ୍‌ର ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ।

ତେବେ ସୋସିଆଲ ମିଡିଆରେ ଫାତିମାଙ୍କ ଶରୀରରେ ପେଣ୍ଟିଂ କରାଯାଉଥିବା ଦେଖି କିଛି ଲୋକେ ରାଗରେ ଫାତିମାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଫାତିମା୍‌ ଏକା ଶୀର୍ଷକ ଏକ ଫିଲ୍ମରେ କାମ ମଧ୍ୟ କରିଛନ୍ତି । ଏହି ଫିଲ୍ମଟି ଇଣ୍ଟରସେକ୍ସୟାଲିଟି ଉପରେ ଆଧାରିତ ହୋଇଥିବାବେଳେ ଫିଲ୍ମରେ ଫାତିମା ନ୍ୟୁଡ୍‌ ଏବଂ ବୋଲ୍ଡ ସିନ୍‌ ଦେଇଥିଲେ ।