Categories
ଅପରାଧ ଆଜିର ଖବର ଜାତୀୟ ଖବର

ଘରର ସମସ୍ତ ସଦସ୍ୟଙ୍କୁ ଚା’ରେ ବିଷ ଦେଲେ ମହିଳା: ଜଣେ ମୃତ, ତିନି ଗୁରୁତର

ବିହାର : ବିହାର ଜଣେ ମହିଳା ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ଚା’ରେ ବିଷ ଦେଇଛନ୍ତି । ନିଜେ ମଧ୍ୟ ବିଷମିଶ୍ରିତ ଚା’ ପିଇଛନ୍ତି । ତେବେ ଅବୈଧ ସମ୍ପର୍କ କାରଣରୁ ପରିବାରର ସମସ୍ତଙ୍କୁ ବିଷ ମିଶ୍ରିତ ଚା’ ଦେଇଥିବାର ଖବର ରହିଛି। ଏହି ଘଟଣାରେ ଅଭିଯୁକ୍ତା ମହିଳାଙ୍କ ଦିଅରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ସମସ୍ତ ସଦସ୍ୟଙ୍କ ଅବସ୍ଥା ବେଶ୍‌ ଗୁରୁତର ରହିଛି । ପୋଲିସ୍‌ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ମଧୁବନୀ ଜିଲ୍ଲାର ବିସ୍ଫି ଥାନା ସ୍ଥିତ ସାଦୁଲ୍ଲାପୁର ଅଞ୍ଚଳରେ ଏପରି ଏକ ଅଘଟଣ ଘଟିଛି । ଏଠାରେ ରହୁଥିବା ଜନୈକ ମହିଳା ଅବୈଧ ସମ୍ପର୍କ ପାଇଁ ନିଜ ଶାଶୁ ଓ ଦିଅରଙ୍କ ସହିତ ତିନି ପୁଅଙ୍କୁ ମଧ୍ୟ ଚା’ରେ ବିଷ ମିଶାଇ ପିଆଇଦେଇଛନ୍ତି । ଏହା ସହିତ ନିଜେ ମଧ୍ୟ ଏହି ବିଷ ମିଶ୍ରିତ ଚା’ ପିଇଛନ୍ତି। ଚା’ ପିଇବା ପରେ ସମସ୍ତଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଡିଏମସିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ମହିଳାଙ୍କ ଦିଅରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ସମସ୍ତଙ୍କ ଚିକିତ୍ସା ଚାଲିଛି । ତେବେ ମହିଳାଙ୍କ ଦୁଇ ପୁଅଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମହିଳା ସମେତ ଅନ୍ୟ ତିନିଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ଟିକେ ସୁଧାର ଆସିଥିବାର ସୂଚନା ରହିଛି । ତେବେ ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ମହିଳାଜଣକ କ’ଣ ପାଇଁ ସମସ୍ତଙ୍କୁ ବିଷ ଚା’ ଦେଲେ, ତାହା ଜାଣିବାକୁ ଚେଷ୍ଟା ଜାରି ରଖିଛି । (ଏଜେନ୍ସି)

Categories
ଭିଡ଼ିଓ

Boney Kapoor My relationship with Salman is strained now