Categories
ଆଜିର ଖବର

ବିଜେଡ଼ିର ୨ଟି ଲୋକସଭା ପ୍ରାର୍ଥୀ ଓ ୭ଟି ବିଧାନସଭା ପ୍ରାର୍ଥୀ ଘୋଷଣା

ବିଜେଡ଼ି ଆଜି ତା’ର ୨ଟି ଲୋକସଭା ଆସନ ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଭୁବନେଶ୍ବର (ମଧ୍ୟ) ପାଇଁ ମେୟର୍‌ ଅନନ୍ତନାରାୟଣ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ପୂର୍ବରୁ ବିଜୟ ମହାନ୍ତି ରହିଥିଲେ। ସେହିପରି  ଉତ୍ତର ଭୁବେନଶ୍ବରର ଟିକେଟରେ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ କାଟି ନୂତନ ଭାବେ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରାଯାଇଛି। ଖଣ୍ଡପଡ଼ାରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଜାଗାରେ ରାଜ୍ୟସଭାସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ। ତେବେ ଖଣ୍ଡପଡ଼ାରେ ସୌମ୍ୟଙ୍କ ପ୍ରାର୍ଥୀତ୍ବକୁ ନେଇ ବହୁ ବିବାଦ ଦେଖାଦେଇଥିଲା। ଏପରିକି ଟିକେଟ ନ ମିଳିଲେ ଅନୁଭବ ସ୍ବାଧୀନ ଭାବରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି। ଗତ ନିର୍ବାଚନରେ ଏହି ଆସନରେ ବିଜେଡ଼ିର ଅନୁଭବ ପଟ୍ଟନାୟକ  ଓ ଆମ ଓଡ଼ିଶା ଦଳର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ  ମଧ୍ୟରେ  ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ମାତ୍ର ବହୁତ କମ ବ୍ୟବଧାନରେ ସୌମ୍ୟରଞ୍ଜନ ହାରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସୌମ୍ୟ ବିଜେଡିରେ ମିଶିଥିଲେ। ବିଜେଡିରେ ମିଶିବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ।ତେବେ ବିଜେଡ଼ି ତରଫରୁ ଚମ୍ପୁଆ, ବାରିପଦା ଓ କେନ୍ଦ୍ରାପଡ଼ା ତିନୋଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ବାକି ରହିଛି। ତେବେ ପ୍ରତ୍ୟେକ ଥର ପରି ନୂଆ ମୁହଁକୁ ସାମିଲ୍‌ କରାଇଛନ୍ତି ନବୀନ ପଟ୍ଟନାୟକ। ବିଜେଡ଼ି ବିଧାନସଭା ପ୍ରାର୍ଥୀରେ ବ୍ୟାପକ ପରିବର୍ତ୍ତନ କରିଛି। ନୂଆ ମୁହଁ ସହ ପୁରୁଣା ନେତାଙ୍କୁ ସାମିଲ୍‌ କରାଇଛି। ପାଖାପାଖି ୧୭ଟି ବିଧାନସଭା ଆସନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ୨୧ ଲୋକସଭା ଆସନରୁ ୭ଟିରେ ମହିଳାଙ୍କୁ ମିଳିଲା ଟିକେଟ ଦେଇ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ସଂରକ୍ଷଣ ପ୍ରତିଶ୍ରୁତିକୁ ପୂରଣ କରିଛି ବିଜେଡ଼ି ।

ଲୋକସଭା ପ୍ରାର୍ଥୀ-

୧.ଢେଙ୍କାନାଳ  – ମହେଶ ସାହୁ

୨. କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ

ବିଧାନସଭା ପ୍ରାର୍ଥୀ

୧. ଭୁବନେଶ୍ବର ( ମଧ୍ୟ) – ଅନନ୍ତ ନାରାୟଣ ଜେନା

୨. ଭୁବନେଶ୍ବର (ଉତ୍ତର) – ସୁଶାନ୍ତ ରାଉତ

୩. ଖଣ୍ଡପଡ଼ା – ସୌମ୍ୟରଂଜନ ପଟ୍ଟନାୟକ

୪. ପାଲଲହଡ଼ା – ଶ୍ରୀ ମୁକେଶ ପାଲ୍‌

୫. ଆଠ ମଲ୍ଲିକ – ଶ୍ରୀ ରମେଶ ଚନ୍ଦ୍ର ସାଏ

୬. ଯାଜପୁର – ଶ୍ରୀ ପ୍ରଣବ ପ୍ରକାଶ ଦାସ

୭. କୋରେଇ – ଆଶୋକ ବଳ

 

Categories
ଆଜିର ଖବର

କଂଗ୍ରେସର ଇସ୍ତାହାର ଘୋଷଣା ; ‘ଜନଆଓ୍ବାଜ୍‌’ରେ ବେରୋଜଗାର, ଚାଷୀ ସମସ୍ୟାକୁ ଗୁରୁତ୍ବ

୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ’ଜନ ଆଓ୍ବାଜ’ ଘୋଷଣା କରାଯାଇଛି। ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ, କୃଷି ପାଇଁ ସ୍ବତନ୍ତ୍ର ବଜେଟ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ଆଦି ୫ଟି ବିଷୟକୁ ଏଥିରେ ଗୁରୁତ୍ବ ପ୍ରଦାନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ଦଳର ଇସ୍ତାହାର ଘୋଷଣା କରିଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ  ’ନ୍ୟାୟ’ ଯୋଜନାରେ ଗରିବଙ୍କୁ ପ୍ରତିବର୍ଷ ୭୨ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଇସ୍ତାହାରରେ ଘୋଷଣା କରାଯାଇଛି। ବେକାରଙ୍କୁ ନିଯୁକ୍ତି ପ୍ରଦାନ ତଥା ଯୁବକଙ୍କୁ ରୋଜଗାର କାର୍ଯ୍ୟକ୍ରମ ଅଧୀନରେ ୨୦୨୨ ସୁଦ୍ଧା ୨୨ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶୃତି ଦିଆଯାଇଛି। ସେହିପରି ମନରେଗା ଅଧିନରେ ବର୍ଷକୁ ୧୫୦ ଦିନର କର୍ମ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହା ଦ୍ୱାରା ଦେଶର ଅସଂଖ୍ୟ ଗରିବ, ଖଟିଖିଆ, ଚାଷୀ ମୁଲିଆ ଉପକୃତ ହୋଇପାରିବେ ବୋଲି କଂଗ୍ରେସ କହିଛି। ଏହି ଘୋଷଣା ଅବସରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ବିଜେଡ଼ିର ୩୬ ବିଧାନସଭା ଏବଂ ୯ଟି ଲୋକସଭା ପାଇଁ ପ୍ରାର୍ଥୀ ଘାେଷଣା,ପୁରୀରୁ ପିନାକୀ ଏବଂ କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି

ଆଜି ମୁଖ୍ୟମନ୍ତ୍ରୀ ୯ଟି ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ବିଜେଡ଼ିର ଲୋକସଭା ପ୍ରାର୍ଥୀ

୧-ଭୁବନେଶ୍ବର – ଅରୂପ ପଟ୍ଟନାୟକ

୨-କେନ୍ଦ୍ରାପଡ଼ା : ଅନୁଭବ ମହାନ୍ତି

୩-ପୁରୀ  – ପିନାକୀ  ମିଶ୍ର

୪-ମୟୂରଭଂଜ – ଡାକ୍ତର ଦେବାଶିଷ ମାରାଣ୍ଡି

୫-ଯାଜପୁର – ଶର୍ମିଷ୍ଠା ସେଠୀ

୬-ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ

୭-ସମ୍ବଲପୁର – ନଳିନୀ ପ୍ରଧାନ

୮-ବାଲେଶ୍ବର – ରବୀନ୍ଦ୍ର ଜେନା

୯-ଭଦ୍ରକ – ମଂଜୁଲତା ମଣ୍ଡଳ

ବିଧାନସଭା ପ୍ରାର୍ଥୀ ତାଲିକା :-

  1. ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା
  2. ସତ୍ୟବାଦୀ – ଉମାକାନ୍ତ ସାମନ୍ତରାୟ
  3. ରଣପୁର- ସତ୍ୟ ପ୍ରଧାନ
  4. ନୟାଗଡ଼- ଅରୁଣ ସାହୁ
  5. ଭୁବନେଶ୍ବର ଏକାମ୍ର – ଅଶୋକ ପଣ୍ଡା
  6. ବଡ଼ମ୍ବା –  ଦେବୀ ପ୍ରସାଦ ମିଶ୍ର
  7. ବାଙ୍କୀ – ଦେବୀ ରଂଜନ ତ୍ରିପାଠୀ
  8. ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ବାଇଁ
  9. ଚୌଦ୍ବାର – କଟକ – ସୌଭିକ୍‌ ବିଶ୍ବାଳ
  10. ଢେଙ୍କାନାଳ – ସୁଧୀର ସାମଲ
  11. ହିନ୍ଦୋଳ – ସୀମାରାଣୀ ନାୟକ
  12. କାମାକ୍ଷନଗର – ପ୍ରଫୁଲ୍ଲ ମଲ୍ଲିକ
  13. ପର୍ଜଙ୍ଗ – ନୃସିଂହ ସାହୁ
  14. ତାଳଚେର –  ବ୍ରଜ କିଶୋର ପ୍ରଧାନ
  15. ଅନୁଗୁଳ – ରଜନୀକାନ୍ତ ସିଂହ
  16. କୁଚିଣ୍ଡା –  କିଶୋର ନାୟକ
  17. ଛେଣ୍ଡିପଦା – ସୁଶାନ୍ତ ବେହେରା
  18. ତେଲକାଇ  – ପ୍ରେମାନନ୍ଦ ନାଏକ
  19. ଘସିପୁରା – ବଦ୍ରିନାରାୟଣ ପାତ୍ର
  20. ପାଟଣା – ଜଗନ୍ନାଥ ନାୟକ
  21. କେନ୍ଦୁଝର – ମାଧବ ସର୍କାର
  22. କରଞ୍ଜିଆ – ବାସନ୍ତୀ ହେମ୍ରମ
  23. ଭୋଗରାଇ – ଅନନ୍ତ ଦାଶ
  24. ରେମୁଣା – ସୁଧାଂଶୁ ପରିଡ଼ା
  25. ଭଣ୍ଡାରୀପୋଖରୀ –  ପ୍ରଫୁଲ୍ଲ ସାମଲ
  26. ବାସୁଦେବପୁର – ବିଷ୍ଣୁବ୍ରତ ରାଉତରାୟ
  27. ଚାନ୍ଦବାଲି –  ବ୍ୟୋମକେଶ ରାୟ
  28. ସିମିଳୁଆ – ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
  29. ବିଂଝାରପୁର – ପ୍ରମିଳା ମଲ୍ଲିକ
  30. ଧର୍ମଶାଳା – ପ୍ରଣବ ବଳବନ୍ତରାୟ
  31. ସୁକିନ୍ଦା – ପ୍ରୀତିରଂଜନ ଘଡାଇ
  32. ପାଟକୁରା – ବେଦପ୍ରକାଶ ଅଗ୍ରଓ୍ବାଲ
  33. ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ
  34. ଆଳି – ପ୍ରତାପ କେଶରୀ ଦେବ
  35. ମାହାଙ୍ଗା – ପ୍ରତାପ ଜେନା
  36. ସାଲେପୁର – ପ୍ରଶାନ୍ତ ବେହେରା

ଭୁବନେଶ୍ବରର ଲେକସଭା ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀକୁ ଦଳ ଏଥର ରାଜ୍ୟସଭାକୁ ପଠାଇବ ବୋଲି ବିଜେଡି ସୁପ୍ରିମୋ ଘୋଷଣା କରିଛନ୍ତି।

Categories
ଆଜିର ଖବର

ଛପାକ୍‌ର ଫାଷ୍ଟଲୁକ୍‌ ପୋଷ୍ଟର

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ଚଳଚିତ୍ର ‘ଛପାକ୍‌’ର ଫାଷ୍ଟଲୁକ୍‌ ପୋଷ୍ଟର ରିଲିଜ ହୋଇଛି। ଏହି ଚଳଚିତ୍ରରେ ଦୀପିକା ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ। ମେଘନା ଗୁଲଜାର ଏହି ଚଳଚିତ୍ରର ନିର୍ଦ୍ଦଶନା ଦେଉଥିବା ବେଳେ ପ୍ରଯୋଜକ ଭାବରେ ପଦାର୍ପଣ କରୁଛନ୍ତି ଦୀପିକା। ଫାଷ୍ଟଲୁକ୍‌ ପୋଷ୍‌ଟରକୁ ଦୀପିକା ନିଜର ସୋସିଆଲ ମିଡିଆ ସାଇଟ୍‌ରେ ସେୟାର କରିଛନ୍ତି। ଫଟୋ ସହିତ ଦୀପିକା ଲେଖିଛନ୍ତି ଏହି ଚରିତ୍ରଟି ସଦାସର୍ବଦା ମୋ ସହିତ ରହିବ। ୧୦ ଜାନୁୟାରୀ ୨୦୨୦ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମଟି ଅଜୟ ଦେବଗନଙ୍କ ତାନାଜୀ ସହିତ ରିଲିଜ୍‌ ହେବ ବୋଲି ଜଣାପଡିଛି। ବିବାହ ପରେ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ ହୋଇଥବାରୁ ଫ୍ୟାନ୍‌ ମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ରାଜିର ସଫଳତା ପରେ ମେଘନା ପ୍ରଥମ ଥର ପାଇଁ ଦୀପିକାଙ୍କ ସହିତ କାମ କରୁଥିବାରୁ ଏହାକୁ ନେଇ ମଧ୍ୟ ଚଳଚିତ୍ରପ୍ରେମୀ ଅଧିକ ଉତ୍ସାହ ଦେଖାଇଛନ୍ତି। ଦୀପିକାଙ୍କ ଫାଷ୍ଟଲୁକ୍‌କୁ ବଲିଉଡ୍ ଅଭିନେତା ବରୁଣ ଧଓ୍ବନ୍‌, ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ଏବଂ ଗଜରାଜ ରାଓ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର

ଡିଏମ୍‌କେର ନିର୍ବାଚନୀ ଇସ୍ତାହାର ଘୋଷଣା

ତାମିଲନାଡୁରେ କଂଗ୍ରେସ ସହ ମେଣ୍ଟ କରିଥିବା ଏମ୍‌କେ ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ଏଥିରେ ଦଳ କ୍ଷମତାକୁ ଆସିଲେ ଅନେକ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ପକ୍ଷରୁ କୃଷି ଋଣ ଛାଡ଼ ଓ ଚାଷୀଙ୍କ ଆୟ ଦୁଇଗୁଣ କରାଯିବ ବୋଲି କୁହାଯାଇଛି। ସେହିପରି ଟିକସ୍‌ ଛାଡ଼ ଆୟସୀମାକୁ ୫ରୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି, ମହିଳା ଦିବ୍ୟାଙ୍ଗଙ୍କ ସହାୟତା ରାଶିକୁ ୧୦ ଲକ୍ଷ କରିବା, ବିପିଏଲ୍‌ ତାଲିକାଭୁକ୍ତ ପରିବାରର ମହିଳାଙ୍କୁ ୫୦ ହଜାର ଟଙ୍କା, ସ୍କୁଲ ଓ କଲେଜ୍‌ ଛାତ୍ରଛାତ୍ରୀଙ୍କୁ ମାଗଣା ଟ୍ରେନ ସେବା, ମଦୁରାଇ, ତ୍ରିଚି ଓ କୋଏମ୍ୱାଟୁର ଭଳି ସହରରେ ମେଟ୍ରୋ ଟ୍ରେନ, ଘରୋଇ କମ୍ପାନୀରେ ୫୦ ଲକ୍ଷ ନିଯୁକ୍ତି ଏବଂ ଜିଏସ୍‌ଟିର ୨୮% ଟିକସ୍‌ ସ୍ଲାବକୁ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମେଡ଼ିକାଲ୍‌ ଏନ୍‌ଇଇଟି ପାଇଁ ଘରୋଇ କ୍ଷେତ୍ରରେ ସରଂକ୍ଷଣ ଦେବାର ପ୍ରତିଶ୍ରୁତି ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ଡିଏମ୍‌କେ ୨୦ଟି ସିଟ୍‌ରୁ ନିର୍ବାଚନ ଲଢିବ। ରାଜ୍ୟରେ ଏପ୍ରିଲ୍‌ ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।