Categories
ଆଜିର ଖବର ଜାତୀୟ ଖବର

ଭୁଷୁଡିଲା କୋଠା: 10ରୁ ଉର୍ଦ୍ଧ୍ବ ଲାେକେ ତଳେ ଦବି ରହିଥିବାର ଆଶଙ୍କା

ନୋଏଡା: ନୋଏଡାଠାରେ  ଏକ ନିର୍ମାଣାଧୀନ କୋଠା ଭୁଷୁଡି ପଡିଛି। ଏହି କୋଠା ତଳେ ବହୁ ଲୋକ ଦବି ରହିଥିବାର ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ୍‌ ଓ ପ୍ରଶାସନର ଟିମ୍‌ ଉପସ୍ଥିତ କରି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ନୋଏଡର ସେକ୍ଟର 11 ସ୍ଥିତ ଏଫ୍‌ -62ରେ ଏକ ବଡ କୋଠାର ଭୁଷୁଡି ପଡିଛି। ଏହି କୋଠାଟି ନିର୍ମାଣଧୀନ ଥିଲା ବୋଲି ସୂଚନା ରହିଛି। ଏହି କୋଠା ତଳେ 10ରୁ ଅଧିକ ଲୋକେ ଦବି ରହିଥିବାର ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ମୁମ୍ବାଇର ଭାନୁଶାଳୀ କୋଠା ଭୁଷୁଡି ପଡିବାରୁ 10 ଜଣଙ୍କର ମୃତ୍ୟୁ ହୋଇଥିଲା। (ଏଜେନ୍ସି)

Categories
ଆଜିର ଖବର

ତିନି ଘଣ୍ଟାର ଅକ୍ଲାନ୍ତ ଉଦ୍ୟମ ପରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ସମୀକ୍ଷା ବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପରିଜା ଲାଇବ୍ରେରୀ ଛାତରେ ଚଢିଥିବା ଯୁବକଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ଦୀର୍ଘ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଯୁବକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ତିନି ପ୍ରକାରର ବ୍ୟବସ୍ଥା ଆପଣାଯାଇଥିଲା । ଲାଇବ୍ରେରୀ ଚତୁପାର୍ଶ୍ବକୁ ଜାଲରେ ଘେରାଉ କରାଯାଇଥିବା ବେଳେ ଦୁଇଟି ବ୍ରୁଣ୍ଟୋ ସ୍କାଏ ଗାଡି ନିୟୋଜନ କରାଯାଇଛି । ବ୍ରୁଣ୍ଟୋ ସ୍କାଏରେ ଜଣେ ଅଧିକାରୀ ଉପରକୁ ଯାଇ ଯୁବକଙ୍କୁ କାବୁ କରିଥିଲେ । ଯୁବକ ଜଣଙ୍କ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ବୋଲି ଜଣାପଡିଛି । ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି ।

Categories
ଆଜିର ଖବର

କଲମ୍ବୋ ସପିଙ୍ଗ ମଲ୍‌ରୁ ଜୀବନ୍ତ ବୋମା ଉଦ୍ଧାର

ରବିବାର ଶ୍ରୀଲଙ୍କାରେ ହୋଇଥିବା ଛାତିଥରା ଘଟଣାର ବ୍ୟାପକ କ୍ଷୟକ୍ଷତିର ତିନି ଦିନ ପରେ ଆଜି ଏକ ସପିଂ ମଲ୍‌ରୁ ଆଉ ଏକ ବୋମା ଉଦ୍ଧାର କରାଯାଇଛି। ବୋମାଟିକୁ ଏକ ମୋଟର ସାଇକେଲ୍‌ରେ ଲଗାଯାଇଥିଲା। ସପିଂ ମଲ୍‌ରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ ଏନେଇ ପୋଲିସ୍‌କୁ ଖବର ଦେଇଥିଲେ। ସୌଭାଗ୍ୟ ବଶତଃ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍‌ ଏବଂ ସେନା ପହଞ୍ଚି ବୋମାଟିକୁ ନିଷ୍କ୍ରିୟ କରିବା ସହିତ ବାଇକ୍‌ଟିକୁ ଜବତ କରିଥିଲେ। ଏହି ଆକ୍ରମଣରେ ସମୁଦାୟ ୨ ଜଣ ଆତ୍ମଘାତୀ ମାନବ ବୋମା ବ୍ୟବହୃତ ହୋଇଥିଲେ। ଅନ୍ୟୁନ ୩୫୯ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୬୦୦ ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ୍‌ ଅଦ୍ୟାବଧି ୫୮ଜଣଙ୍କୁ ସନ୍ଦେହରେ ଗିରଫ କରି ନେଇଛି।