ତିନି ଘଣ୍ଟାର ଅକ୍ଲାନ୍ତ ଉଦ୍ୟମ ପରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

Published: Nov 22, 2019, 3:41 pm IST

ସମୀକ୍ଷା ବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପରିଜା ଲାଇବ୍ରେରୀ ଛାତରେ ଚଢିଥିବା ଯୁବକଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ଦୀର୍ଘ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଯୁବକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ତିନି ପ୍ରକାରର ବ୍ୟବସ୍ଥା ଆପଣାଯାଇଥିଲା । ଲାଇବ୍ରେରୀ ଚତୁପାର୍ଶ୍ବକୁ ଜାଲରେ ଘେରାଉ କରାଯାଇଥିବା ବେଳେ ଦୁଇଟି ବ୍ରୁଣ୍ଟୋ ସ୍କାଏ ଗାଡି ନିୟୋଜନ କରାଯାଇଛି । ବ୍ରୁଣ୍ଟୋ ସ୍କାଏରେ ଜଣେ ଅଧିକାରୀ ଉପରକୁ ଯାଇ ଯୁବକଙ୍କୁ କାବୁ କରିଥିଲେ । ଯୁବକ ଜଣଙ୍କ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ବୋଲି ଜଣାପଡିଛି । ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି ।

Related posts