Categories
ଆଜିର ଖବର

ଗୁଜରାଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରେ ‘ବାୟୁ’

ଗୁଜରାଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରେ ସାମୁଦ୍ରିକ ଝଡ ବାୟୁ। ଚଳିତ ସପ୍ତାହରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ ଲଗାଯାଇଥିଲା। ମାତ୍ର ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦିଗ ପରିବର୍ତ୍ତନ କରିଥିଲା। ଜୁନ୍‌ ୧୩ ତାରିଖରେ ଏହା ଦିଗ ପରିବର୍ତ୍ତନ କରିବା ପରେ ରାଜ୍ୟ ବାତ୍ୟାରୁ ସୁରକ୍ଷିତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଥିଲେ। ମାତ୍ର ଆଜି ଅହମଦାବାଦ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବାତ୍ୟା ପୁନର୍ବାର ଗୁଜରାଟକୁ ପ୍ରତ୍ୟାବର୍ତ୍ତନ କରିପାରେ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ଅହମଦାବାଦ ପକ୍ଷରୁ ମନୋରମା ମହାନ୍ତି ପ୍ରକାଶ କରିଛନ୍ତି। ୧୭ ତାରିଖ ସୁଦ୍ଧା ଏହା କଚ୍ଛ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

Categories
ଆଜିର ଖବର

‘ଲକ୍ଷ୍ମୀ ବମ୍ବ’ ନିର୍ଦ୍ଦେଶକ ଭାବରେ ରାଘବା ଲରେନ୍ସଙ୍କ ପ୍ରତ୍ୟାବର୍ତ୍ତନ

ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ ଅଭିନୀତ ଫିଲ୍ମ ଲକ୍ଷ୍ମୀ ବମ୍ବର ନିର୍ଦ୍ଦେଶକ ପଦରୁ ଓହରି ଯାଇଥିବା ରାଘବା ଲରେନ୍ସ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମର ଫାଷ୍ଟ ଲୁକ୍‌ ଅକ୍ଷୟ କୁମାର ଟ୍ବିଟ୍ଟର ଜରିଆରେ ସେୟାର କରିବା ପରେ ଲରେନ୍ସ ଏହି ଫିଲ୍ମରୁ ଓହରି ଯାଇଥିଲେ। ଫିଲ୍ମରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନଥିବା ଅଭିଯୋଗ କରି ଫିଲ୍ମରୁ ଓହରି ଯାଇଥିଲେ ଲରେନ୍ସ। ମାତ୍ର ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ପ୍ରଯୋଜକ ଏବଂ ରାଘବାଙ୍କ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ ହେବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଘବା। ଶନିବାର ଅକ୍ଷୟ କୁମାରଙ୍କ ସହିତ ଏକ ଫଟୋ ସେୟାର କରି ରାଘବା ନିଜ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଥିବା ବେଳେ ଅକ୍ଷୟ କୁମାର, ଫିଲ୍ମର ପ୍ରଯୋଜକ ଶବିନା ଖାନ୍‌ ଏବଂ ନିଜ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି।