ଗୁଜରାଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରେ ‘ବାୟୁ’

Published: Jun 15, 2019, 1:04 pm IST
vayu might hit gujarat on 17

ଗୁଜରାଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରେ ସାମୁଦ୍ରିକ ଝଡ ବାୟୁ। ଚଳିତ ସପ୍ତାହରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ ଲଗାଯାଇଥିଲା। ମାତ୍ର ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦିଗ ପରିବର୍ତ୍ତନ କରିଥିଲା। ଜୁନ୍‌ ୧୩ ତାରିଖରେ ଏହା ଦିଗ ପରିବର୍ତ୍ତନ କରିବା ପରେ ରାଜ୍ୟ ବାତ୍ୟାରୁ ସୁରକ୍ଷିତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଥିଲେ। ମାତ୍ର ଆଜି ଅହମଦାବାଦ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବାତ୍ୟା ପୁନର୍ବାର ଗୁଜରାଟକୁ ପ୍ରତ୍ୟାବର୍ତ୍ତନ କରିପାରେ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ଅହମଦାବାଦ ପକ୍ଷରୁ ମନୋରମା ମହାନ୍ତି ପ୍ରକାଶ କରିଛନ୍ତି। ୧୭ ତାରିଖ ସୁଦ୍ଧା ଏହା କଚ୍ଛ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

Related posts